ଆସିଲା ବ୍ୟବଚ୍ଛେଦ ରିପୋର୍ଟ, ଶ୍ୱାସରୁଦ୍ଧ ଯୋଗୁ ହୋଇଛି ମୃତ୍ୟୁ

ଭୁବନେଶ୍ୱର,୨।୯(ବ୍ୟୁରୋ): ଭୁବନେଶ୍ୱର ଖାରବେଳନଗର ଥାନା ଅନ୍ତର୍ଗତ ଶାସ୍ତ୍ରୀନଗରର ଶୁଭଶ୍ରୀ ମହାପାତ୍ରଙ୍କ ବ୍ୟବଚ୍ଛେଦ ରିପୋର୍ଟ ଆସିଛି। ଶ୍ୱାସରୁଦ୍ଧ ଯୋଗୁ ମୃତ୍ୟୁ ହୋଇଥିବା ନେଇ  ବ୍ୟବଚ୍ଛେଦ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ତେବେ ଏହି ଘଟଣାକୁ ୩ଦିନ ବିତି ଯାଇଥିଲେ ମଧ୍ୟ ପୋଲିସ ଖୋଳତାଡ କରୁଛି। ଏପରିକି ଶୁଭଶ୍ରୀଙ୍କ କଲ୍‌ ଡିଟେଲ୍ସ ରିପୋର୍ଟରୁ ପୋଲିସ କିଛି ତଥ୍ୟ ମିଳିଥିଲା। ମୃତ୍ୟୁ ପୂର୍ବରୁ ଶୁଭଶ୍ରୀ ୭ରୁ ଅଧିକ କଲ୍‌ କରିଥିଲେ। ଆଉ ଉଭୟଙ୍କ ମଧ୍ୟରେ ୨୭ ସେକେଣ୍ଡର କଥାବାର୍ତ୍ତା ହୋଇଥିଲା। ପୋଲିସକୁ ଏଭଳି ପ୍ରମାଣ ମିଳିବା ପରେ ଉକ୍ତ ଯୁବକଙ୍କୁ ଥାନାକୁ ଆଣି ପଚରାଉଚରା କରାଯାଇଥିଲା।

Share