ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବ ପାଓ୍ବାର ପ୍ଲାଣ୍ଟ

ଆନନ୍ଦପୁର,୬।୧୦(ସ୍ବ.ପ୍ର.)-କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକର ଦରଗଡ଼ିଶୀଳା ଏବଂ ସିଂନାଳୀର ମଧ୍ୟ ସ୍ଥଳରେ କାର୍ଯ୍ୟକ୍ଷମ ହେବାକୁ ଥିବା ବୈତରଣୀ ପାଓ୍ବାର ପ୍ରୋଜେକ୍ଟ ପାଇଁ ଅଞ୍ଚଳର ଗରିମା ବୃଦ୍ଧି ପାଇବାକୁ ଯାଉଛି। ଶୀତ ଦିନେ ଏହା ଆକର୍ଷଣୀୟ ପର୍ଯ୍ୟଟନସ୍ଥଳ ଭାବେ ପରିଗଣିତ ହେବା ସହିତ ପର୍ଯ୍ୟଟକଙ୍କ ଭିଡ଼ ମଧ୍ୟ ଜମିବାର ଅବକାଶ ରହିଛି। ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଆଗନ୍ତୁକଙ୍କ ଭିଡ଼ ସ୍ଥାନୀୟ ଲୋକଙ୍କ ଆୟର ପନ୍ଥା ବୃଦ୍ଧି ପାଇବାର ସମ୍ଭାବନା ମଧ୍ୟ ସୃଷ୍ଟି ହୋଇଛି। ଚିରସ୍ରୋତା ବୈତରଣୀ ନଦୀ ତଟରେ ନିର୍ମାଣ ହୋଇଥିବା ୨୪ ମେଗାଓ୍ବାଟ୍‌ ବିଦ୍ୟୁତ୍‌ ପ୍ରକଳ୍ପ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି। ହାଇଦ୍ରାବାଦ ସ୍ଥିତ ଆରପିପି ଗ୍ରୁପର ମୁଖ୍ୟ ଓ୍ବାଇଭି ସୁବାରାଙ୍କ ଉଦ୍ୟମରେ ରାଜ୍ୟ ସରକାରଙ୍କ ସହିତ ୨।୮।୨୦୦୬ରେ ଏକ ଦ୍ୱିପାକ୍ଷିକ ଚୁକ୍ତିନାମା ସ୍ବାକ୍ଷରିତ ହୋଇଥିଲା। ପରେ ବୈତରଣୀ ନଦୀ ତଟର ସିଂନାଳୀଠାରେ ପାଓ୍ବାର ପ୍ରୋଜେକ୍ଟ କାର୍ଯ୍ୟ ଆରମ୍ଭ ହୋଇଥିଲା। ପ୍ରାଥମିକସ୍ତରରେ ଏହାର ଅଟକଳ ମୂଲ୍ୟ ୨୪୩ କୋଟି ଟଙ୍କା ରହିଥିବା ବେଳେ ଶେଷ ପର୍ଯ୍ୟାୟରେ ଏହା ୪୧୯.୪୩ କୋଟିରେ ପହଞ୍ଚତ୍ଛି। ଆନନ୍ଦପୁର ସଦରମହକୁମାଠାରୁ ଏହି ସ୍ଥାନ ମାତ୍ର ୩୨କି.ମି. ଦୂର ହୋଇଥିବା ବେଳେ ୨୦ ନଂ. ଜାତୀୟ ରାଜପଥ କୋଳିମାଟିର କୁମୁଡ଼ ଛକରୁ ୧୫ କି.ମି. ଜଙ୍ଗଲ ରାସ୍ତା ଅତିକ୍ରମ କରିବା ପରେ ଏହି ପ୍ରକଳ୍ପର ମନୋରମ ଦୃଶ୍ୟ ଦେଖିବାକୁ ମିଳିବ।
ପ୍ରକଳ୍ପର ନିର୍ମାଣ ସମୟରେ ସ୍ଥାନୀୟ ଦରଗଡ଼ିଶୀଳା, କାଦବାହାଳୀ, ସିଂହନାଳୀ ଗ୍ରାମରେ ବିଭିନ୍ନ ବର୍ଗର ଅଧିବାସୀମାନଙ୍କୁ ଏକତ୍ରିତ କରାଯିବା ସହିତ ସେମାନଙ୍କ ସହିତ ସମନ୍ବୟ ରକ୍ଷା କରାଯାଇ ନିର୍ମାଣ କାର୍ଯ୍ୟ ଆଗକୁ ବଢ଼ିଥିଲା। ସରକାରଙ୍କ ବିଭିନ୍ନ ବିଭାଗ ସହିତ ସୁସମ୍ପର୍କ ରକ୍ଷା କରାଯିବା ସହିତ ଶାନ୍ତି ଶୃଙ୍ଖଳା ପରିସ୍ଥିତି ପାଇଁ ପୋଲିସ ବିଟ୍‌ ହାଉସ୍‌ , ବିଭିନ୍ନ ଯନ୍ତ୍ରପାତି ପାଇଁ ଆବଶ୍ୟକ ଘର, ଟେଲିଫୋନ୍‌ ଟାଓ୍ବାର ନିର୍ମାଣ, ଯାନାବାହନର ଇନ୍ଧନ ପାଇଁ ପେଟ୍ରୋଲ ପମ୍ପ ଆଦି ସଫଳତାର ସହିତ ବ୍ୟବସ୍ଥା କରାଯାଇଥିଲା। କର୍ମଚାରୀଙ୍କ ରହିବା ପାଇଁ ବାସଗୃହ ନିର୍ମାଣ, ଆଗନ୍ତୁକଙ୍କ ପାଇଁ ଅତିଥିଶାଳା, ଖାଦ୍ୟର ବ୍ୟବସ୍ଥା ପାଇଁ କ୍ୟାଣ୍ଟିନ ବ୍ୟବସ୍ଥା କରାଯାଇଥିଲା।
ପ୍ରକଳ୍ପର ସୁପରିଚାଳନା ଦ୍ୱାରା ୨୩୦ ମିଟର ଲମ୍ବର କଙ୍କ୍ରିଟ ବ୍ୟାରେଜ, ଦୀର୍ଘ ୧ କି.ମି. ଲମ୍ବ, ୧୦ ଫୁଟ ବ୍ୟାସାର୍ଦ୍ଧର ଭୂତଳ ସୁଡ଼ଙ୍ଗ, ଜଳ ନିଷ୍କାସନ ପାଇଁ ଟେଲରେସର ନିର୍ମାଣ କାର୍ଯ୍ୟ ଶେଷ ହୋଇଛି। ପାଓ୍ବାର ହାଉସରେ ୩ଟି ଟରବାଇନ୍‌ ସ୍ଥାପନା କରାଯାଇଛି। ଏହି ପ୍ରକଳ୍ପ କାର୍ଯ୍ୟ ଶେଷ ହୋଇଥିବାବେଳେ ଲୋକାର୍ପଣ ଉତ୍ସବ ପରେ ବିଦ୍ୟୁତ୍‌ ଉତ୍ପାଦନ କାର୍ଯ୍ୟ ତ୍ୱରାନ୍ବିତ କରାଯାଇ ଆନନ୍ଦପୁରର ଶାଳପଡା ଗ୍ରୀଡ୍‌ ଷ୍ଟେଶନକୁ ଟାଓ୍ବାର ମାଧ୍ୟମରେ ବିଦ୍ୟୁତ୍‌ ଯୋଗାଇଦେବାର ବ୍ୟବସ୍ଥା କରାଯିବ। ଏହି ବିଦ୍ୟୁତ୍‌ ଆନନ୍ଦପୁର ଉପଖଣ୍ଡର ସମସ୍ତ ବିଦ୍ୟୁତ୍‌ ଉପଭୋକ୍ତାଙ୍କ ସହିତ ଘଟଗାଁ ଅଞ୍ଚଳର କେତେକ ସ୍ଥାନକୁ ମଧ୍ୟ ବିଦ୍ୟୁତ୍‌ ଯୋଗାଣ କରାଯିବ। ଏହି ପ୍ରକଳ୍ପର ଲୋକାର୍ପଣ ପର୍ବ ପରେ ଜିଲାର ଏହା ଏକ ଗୁରୁତ୍ୱପୁର୍ଣ୍ଣ ପର୍ଯ୍ୟଟନସ୍ଥଳ ଭାବେ ବିବେଚନା ହେବା ସହିତ ଜିଲାର ଗୌରବ ବୃଦ୍ଧି କରିବାରେ ସହାୟକ ହେବ ବୋଲି ଜଣାପଡ଼ିଛି। ଏହା ସହିତ ବଣପାହାଡ଼ ଘେରା, ବୈତରଣୀ ନଦୀ ତଟ ପର୍ଯ୍ୟଟକମାନଙ୍କୁ ବେଶ ଆକୃଷ୍ଟ କରିବ। ସାଧାରଣତଃ ଶୀତ ଦିନେ ପ୍ରାକୃତିକ ପରିବେଶ ଭରା ସିଂନାଳୀ ଅଞ୍ଚଳରେ ଭୋଜି ଭାତର ଆସର ଜମି ଥାଏ। ତେବେ ପ୍ରକଳ୍ପର ସୁନ୍ଦରତା ପର୍ଯ୍ୟଟକଙ୍କୁ ଅଧିକ ଆକୃଷ୍ଟ କରିବ ବୋଲି ସ୍ଥାନୀୟବାସୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡିଓ: ହାତୀ ବଦଳରେ ବନ କର୍ମଚାରୀଙ୍କ ଠାରେ  ରେଡିଓକୋଲାର ଲାଗିଲେ…. 

ବଣାଇଁ,୨୧।୯(ପ୍ରଦୀପ ତ୍ରିପାଠୀ): ଏକ ଗୋଠଛଡା ଦନ୍ତା ପାଇଁ ବଣାଇଁ ଆଖାପାଖର ପ୍ରାୟ ୨୪ଟି ଗ୍ରାମର ଲୋକେ ଦୀର୍ଘଦିନ ଧରି ଆତଙ୍କିତ ଅଛନ୍ତି । ବଣାଇଁ ବନାଞ୍ଚଳରେ...

ପାଟଣାକୁ ସବ୍‌ଡିଭିଜନ ଘୋଷଣା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

ପାଟଣା,୨୧।୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ନିର୍ବାଚନମଣ୍ଡଳୀ ମୁଖ୍ୟାଳୟକୁ ସବ୍‌ ଡିଭିଜନ(ଉପଖଣ୍ଡ)ଘୋଷଣା ଦାବି ହୋଇଛି। ଏ ନେଇ ଶନିବାର ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକଙ୍କ...

ଜନ୍ମମାଟିରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ପ୍ରତି ପଞ୍ଚାୟତରେ ହେବ…

କେନ୍ଦୁଝର,୨୧ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): ମୁଖ୍ୟମନ୍ତ୍ରୀ ମୋହନ ମାଝୀ ତିନିଦିନିଆ ଗସ୍ତରେ ଆସି ଶନିବାର ଦିତୀୟ ଦିନ ସକାଳେ ସ୍ଥାନୀୟ କେନ୍ଦୁଝର ଷ୍ଟାଡିୟମକୁ ଯାଇ ସ୍ଥାନୀୟ ଯୁବକ,...

ପୋଲିସ ଉପରକୁ ଅଣ୍ଡା, ଟମାଟୋ ମାଡ଼ କଲା କଂଗ୍ରେସ

ଭୁବନେଶ୍ୱର,୨୧।୯: ଭରତପୁର ଥାନା କାଣ୍ଡ ପ୍ରତିବାଦରେ ଶନିବାର କଂଗ୍ରେସ ଅଣ୍ଡା ଟମାଟୋ ମାଡ଼ କରିଛି। ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ ପାଇଁ ଯିବା ବେଳେ ଅଣ୍ଡା ଟମାଟୋ...

ଘରୁ ମିଳିଥିଲା ନଗଦ ୪୫ ଲକ୍ଷ ଟଙ୍କା, କୋଟିଏ ଟଙ୍କାର ବ୍ୟାଙ୍କ ଡିପୋଜିଟ୍: ବନ୍ଧାହେଲେ କୁବେର ଯନ୍ତ୍ରୀ

ବାଲେଶ୍ୱର,୨୧।୯: ବାଲେଶ୍ୱର ଗ୍ରାମ୍ୟ ଉନ୍ନୟନ ବିଭାଗ ମୁଖ୍ୟ ଯନ୍ତ୍ରୀଙ୍କ ଏନ୍‌ଭି ହରିହର ରାଓଙ୍କୁ ବାନ୍ଧିଲା ପୋଲିସ। ଆୟ ବର୍ହିଭୂତ ସଂପତ୍ତି ଠୁଳ ମାମଲାରେ ତାଙ୍କଚ ଭିଜିଲାନ୍ସ...

ରାଜସ୍ବ ମନ୍ତ୍ରୀଙ୍କ ବଡ଼ ସୂଚନା; ବଦଳିବ ରିଲିଫ୍‌ର ନାଁ, ଏଣିକି କୁହାଯିବ…

ଭୁବନେଶ୍ୱର,୨୧ା୯: ରାଜସ୍ବ ମନ୍ତ୍ରୀ ସୁରେଜ ପୂଜାରୀ ଶନିବାର ଏକ ବଡ଼ ସୂଚନା ଦେଇଛନ୍ତି। ସେ କହିଛନ୍ତି ରିଲିଫ୍‌ କୋଡ୍‌ର ନାଁ ପରିବର୍ତ୍ତନ ହେବ। ଏଣିକି ଆଉ...

ଗଛରେ ଝୁଲୁଛି ୨ ମୃତଦେହ

ସାଲେପୁର,୨୧ା୯(ଅରବିନ୍ଦ ଭୂୟାଁ): କଟକ ଜିଲା ସାଲେପୁର ବ୍ଲକ ଅନ୍ତର୍ଗତ ବାହାବଳପୁର ଗ୍ରାମରେ ଥିବା ଚାକୁଣ୍ତା ବଣରେ ଶନିବାର ସକାଳୁ ଏକ ଗଛରେ ବେକରେ ଗାମୁଛା ଓ...

ଥାନାକୁ ଆସିବା ପୂର୍ବରୁ ମେଜର-ବାନ୍ଧବୀଙ୍କ ଭିଡିଓ ଭାଇରାଲ, କିଛି ରୋଡ୍‌ ରୋମିଓ…

ଭୁବନେଶ୍ୱର,୨୧ା୯: ଭରତପୁର ଥାନାକୁ ଜଣେ ମେଜର ଏବଂ ତାଙ୍କ ବାନ୍ଧବୀ ଏତଲା ଦେବାକୁ ଆସି ନିର୍ଯାତନାର ଶିକାର ହୋଇଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ଦିନକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri