ନଦୀ ତୁଠରେ ପଡ଼ିରହିଛି କୁଡ଼କୁଡ଼ ବ୍ୟବହୃତ ପିପିଇ କିଟ୍‌

ବାରିପଦା ଅଫିସ, ୧୪।୫: ମୟୂରଭଞ୍ଜ ଜିଲା ବାରିପଦା ସହରର ୱାର୍ଡ ନଂ.୧୪ କବରଖାନା ନିକଟରେ ଦେଇ ଯାଇଥିବା ସରାଳି ନଦୀ ଗାଧୁଆ ତୁଠରେ ପଡ଼ିରହିଛି କୁଡକୁଡ ବ୍ୟବହୃତ ପିପିଇ କିଟ୍‌ ଏବଂ ଗ୍ଲୋଭ୍‌ସ। ଏହି ନଦୀ ଉପରେ ପ୍ରତ୍ୟେହ ଶତାଧିକ ଲୋକ ନିର୍ଭର କରିଥାନ୍ତି। ଏଭଳି ସ୍ଥିତିରେ ପିପିଇ କିଟ୍‌ ବ୍ୟବହାର କରି ଦାୟିତ୍ୱହୀନ ଭାବେ ଏଣେ ତେଣେ ପିଙ୍ଗି ଦିଆଯିବା ନିନ୍ଦନୀୟ। ବାରିପଦାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଲଗାତାର ଭାବେ ବୃଦ୍ଧି ପାଉଛି। ତେବେ ବ୍ୟବହୃତ ପିପିଇ କିଟ୍‌ ନଦୀ ତୁଠ, ରାସ୍ତା କଡ଼ରେ ମିଳିବା କରୋନା ସଂକ୍ରମଣ ହେବାର ଆଶଙ୍କା କରି ସହରବାସୀ ଭୟଭୀତ ହୋଇପଡ଼ିଛନ୍ତି।

Share