ସୋରଡ଼ା,୨୩ା୨(ଡି.ଏନ୍.ଏ.): ଗଞ୍ଜାମ ଜିଲା ସୋରଡ଼ା ବ୍ଲକର ବୋରାଶିଙ୍ଗି ପଞ୍ଚାୟତ ବଘାଲିଙ୍ଗି ଗ୍ରାମର କାଳିଆ ଗୌଡ଼ଙ୍କ ସ୍ତ୍ରୀ ଆରତି (୩୫)ଙ୍କ ଗୁରୁବାର ସ୍ଥାନୀୟ ସରକାରୀ ଡାକ୍ତରଖାନାରେ ମୃତ୍ୟୁ ହୋଇଯାଇଛି। ଆରତିଙ୍କ ରକ୍ତ ପ୍ରବାହ ହେଉଥିବା ଯୋଗୁ ୩ ଦିନ ତଳେ ମେଡିକାଲ ଆସି ଚିକିତ୍ସା ହୋଇ ଫେରିଥିଲେ। ଗୁରୁବାର ଭୋର୍ରୁ ପେଟ ଯନ୍ତ୍ରଣା ହୋଇଥିଲା। ପରିବାର ଲୋକେ ପୁଣି ମେଡିକାଲ ଆଣିଥିଲେ ଡାକ୍ତର ଚିକିତ୍ସା କରାଇଥିଲେ। କିଛି ସମୟ ସୁସ୍ଥ ହୋଇ ବସିଥିଲେ। ପୁଣି ପେଟ କାଟୁଛି ବୋଲି କହିଥିଲେ,କିଛି ସମୟ ପରେ ତାଙ୍କର ପ୍ରାଣହାନି ଘଟିଥିଲା।
ଡାକ୍ତର ଦିଲ୍ଲୀପ କୁମାର ନାୟକଙ୍କ ସୂଚନାନୁଯାୟୀ, ଆରତି ୨ ମାସର ଗର୍ଭବତୀ ଥିଲେ ଓ ତାଙ୍କର ରକ୍ତହୀନତା ଥିଲା। ଅନ୍ୟପକ୍ଷରେ ଦିନ ତଳେ ସ୍ବାସ୍ଥ୍ୟ କର୍ମୀ ଓ ଆଶା କର୍ମୀ ଆରତିଙ୍କ ଘରକୁ ଯାଇ ତା’ର ରକ୍ତ ମାତ୍ରା ଠିକ୍ ଥିବା ଯାଞ୍ଚ କରି କହିଥିବା ମାମୁ ସଞ୍ଜୟ ଗୌଡ଼ କହିଛନ୍ତି। ସ୍ବାମୀ କାଳିଆ କେରଳରେ କାର୍ଯ୍ୟ କରୁଥିବା ବେଳେ ୧୦ ପୂର୍ବରୁ ଘରକୁ ଆସିଛନ୍ତି। ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।