ସ୍ବାଧୀନତା ଦିବସ ପାଳନ ପୂର୍ବରୁ ଦେଶବାସୀଙ୍କୁ ସମ୍ବୋଧିତ କଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ,୧୪ା୮: ସ୍ବାଧୀନତା ଦିବସ ଅବ୍ୟବହିତ ପୂର୍ବରୁ ବୁଧବାର ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ରାଷ୍ଟ୍ରପତି ତାଙ୍କ ଅଭିଭାଷଣରେ କହିଛନ୍ତି, ରାତି ପାହିଲେ ସାରା ଦେଶ ପାଳିବ ୭୮ତମ ସ୍ବାଧୀନତା ଦିବସ। ସେ କହିଛନ୍ତି, ଦେଶ ବିଦେଶରେ ଆମେ ସ୍ବତନ୍ତ୍ରତା ଦିବସ ପାଳନ କରିବାକୁ ଯାଉଛୁ। ଦେଶ ସ୍ବାଧୀନତା ପାଇଁ ବଳିଦାନ ଦେଇଥିବା ସେହି ମହାପୁରୁଷମାନଙ୍କୁ ପ୍ରଣାମ କରିବା। ଆଜିର ଦିନରେ ଦେଶ ବିଭାଜନ ହୋଇଥିଲା। କ୍ଷତ ମନରୁ ଲିଭିନି।

ପ୍ୟାରିସ୍‌ ଅଲିମ୍ପିକ୍ସରେ ଭାରତ ବେଶ୍‌ ଭଲ ପ୍ରଦର୍ଶନ କରିବାରୁ ରାଷ୍ଟ୍ରପତି ଉଚ୍ଚ ପ୍ରଶଂସା କରିଛନ୍ତି। ସେ କହିଛନ୍ତି, ଟି-୨୦ରେ ଭାରତୀୟ କ୍ରିକେଟ ଦଳ ମଧ୍ୟ ବିଶ୍ବ ଚାମ୍ପିୟନ ହୋଇଛି। ସବୁ ବର୍ଗର ଖେଳାଳିଙ୍କୁ ମୁଁ ଏଥିପାଇଁ ବଧେଇ ଜଣାଉଛି ବୋଲି ରାଷ୍ଟ୍ରପତି ତାଙ୍କ ଅଭିଭାଷଣରେ କହିଛନ୍ତି।

ପ୍ରଧାନମନ୍ତ୍ରୀ ଅନ୍ନ କଲ୍ୟାଣ ଯୋଜନାରେ ଲୋକଙ୍କୁ ମାଗଣା ରାଶନ ଦିଆଯାଉଛି। ଜି-୨୦ର ସଫଳ ଆୟୋଜନ କରି ବିଶ୍ବରେ ପରାକାଷ୍ଠା ଦେଖାଇଛି ଭାରତ। ବିବିଧତା ଭିତରେ ଏକତା ରଖି ଆମେ ଆଗକୁ ନିରନ୍ତର ବଢ଼ୁଛୁ। ସାମାଜିକ ନ୍ୟାୟ ସରକାରଙ୍କର ପ୍ରାଥମିକତା ହୋଇଛି ବୋଲି ରାଷ୍ଟ୍ରପତି କହିଛନ୍ତି।

ଏଥିସହିତ ମହିଳାଙ୍କୁ କେବଳ ସମାନତା ନୁହେଁ ଉପରକୁ ଉଠିବାକୁ ପ୍ରାଥମିକତା ମିଳୁଛି। ଏଥିପାଇଁ ବଜେଟ୍ରେ ସ୍ବତନ୍ତ୍ର ବ୍ୟୟବରାଦ କରାଯାଇଛି। ନାରୀ ସଶକ୍ତୀକରଣ ପାଇଁ ନାରୀଶକ୍ତି ବନ୍ଦନ ଲାଗୁ କରିଛୁ। ଯୁବ ପ୍ରତିଭାଙ୍କୁ ରୋଜଗାର ଯୋଗାଇବାକୁ ସ୍ବତନ୍ତ୍ର ବ୍ୟବସ୍ଥା ବି ହୋଇଛି। ଡିଜିଟାଲ ଟେକ୍ନୋଲୋଜିକୁ ଆଜି ଅନ୍ୟ ଦେଶ ଟାମ୍ପଲେଟ ମାନିଲେଣି ବୋଲି ରାଷ୍ଟ୍ରପତି ଆଜି ତାଙ୍କ ଅଭିଭାଷଣରେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚାନ୍ଦବାଲି ଲଜ୍ଜା: ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୪।୧୨: ଭଦ୍ରକ ଜିଲା ଚାନ୍ଦବାଲିରେ ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା ଘଟଣା ବର୍ତ୍ତମାନ ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଏନେଇ ଉତ୍ତେଜନା ଦେଖାଯାଇଥିବା...

Govt Jobs: ବିନା ଇଣ୍ଟରଭ୍ୟୁରେ, ବିନା ପରୀକ୍ଷାରେ ଏମିତି ଉଠାନ୍ତୁ ସରକାରୀ ଚାକିରିର ସୁବିଧା

ନୂଆଦିଲ୍ଲୀ,୨୪।୧୨: ୟୁନାଇଟେଡ ଇଣ୍ଡିଆ ଇନସ୍ୟୁରାନ୍ସ କମ୍ପାନୀ ଲିମିଟେଡ ୧୫୩ଟି ପ୍ରଶାସନିକ ଅଧିକାରୀ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି। ସବୁଠାରୁ ଭଲ କଥା ହେଉଛି...

କୋଟିଆକୁ ନେଇ ରାଜସ୍ବ ମନ୍ତ୍ରୀଙ୍କ ବଡ଼ ବୟାନ, କହିଲେ ପ୍ରବେଶ କଲେ….

ଭୁବନେଶ୍ୱର,୨୪।୧୨: କୋଟିଆକୁ ପ୍ରବେଶ ନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ବଡ଼ ବୟାନ ଦେଇଛନ୍ତି । ଯଦି ଆନ୍ଧ୍ର ଅଧିକାରୀ ଓଡ଼ିଶାରେ ପ୍ରବେଶ କରନ୍ତି ତାହେଲେ...

ମୋଦି କ୍ୟାବିନେଟର ବଡ଼ ନିଷ୍ପତ୍ତି, ରାଜଧାନୀକୁ ମିଳିଲା ନୂଆବର୍ଷ ଉପହାର

ନୂଆଦିଲ୍ଲୀ,୨୪।୧୨: କେନ୍ଦ୍ର କ୍ୟାବିନେଟ ବୈଠକରେ ପୁଣି ଥରେ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏହା ଦିଲ୍ଲୀ-ଏନସିଆର ପାଇଁ ଏକ ନୂତନ ବର୍ଷର ଉପହାର। ନୂତନ ବର୍ଷରେ...

ପରିବହନ ମନ୍ତ୍ରୀଙ୍କ ବଡ଼ ଘୋଷଣା, ଏଣିକି ଜାନୁଆରୀ ୧ ନୁହେଁ ଗାଡ଼ିର ବୈଧ କାଗଜପତ୍ର ଅବଧି…

ଭୁବନେଶ୍ୱର,୨୪।୧୨:  ଗାଡ଼ି ଚାଳକଙ୍କୁ ବଡ଼ ଆଶ୍ବସ୍ତି ଦେଲେ ପରିବହନ ମନ୍ତ୍ରୀ ବିଭୂତି ଜେନା । ମାସେ ସମୟ ଦେଲେ ସରକାର । ଏଣିକି ଗାଡ଼ିର ବୈଧ...

‘ଆମେ ଗୋଟିଏରେ ସନ୍ତୁଷ୍ଟ କାହିଁକି?’ଆମେ ବି ୩-୪ ସନ୍ତାନ ପ୍ରସବ କରିବା ଦରକାର, କାହିଁକି ଏମିତି କହିଲେ ନବନୀତ? ଜାଣନ୍ତୁ ଏହାର କାରଣ

ନୂଆଦିଲ୍ଲୀ,୨୪।୧୨: ଭାରତୀୟ ଜନତା ପାର୍ଟିର ନେତା ନବନୀତ ରାଣା କହିଛନ୍ତି ଯେ ହିନ୍ଦୁମାନଙ୍କର ଅତି କମରେ ତିନିରୁ ଚାରିଟି ସନ୍ତାନ ହେବା ଉଚିତ। ସେ କହିଛନ୍ତି...

‘ଗେରୁଆ ପତାକା ଦେଖି ଲାଠି ଚଳାଇଥିଲା ଟିଏମସି’, ମମତାଙ୍କୁ କଡ଼ା ଟାର୍ଗେଟ କଲା ଭାଜପା

କୋଲକାତା,୨୪।୧୨: ୨୪ ଡିସେମ୍ବର, ୨୦୨୫ରେ ଭାଜପା ମୁଖପାତ୍ର ପ୍ରଦୀପ ଭଣ୍ଡାରୀ ନୂଆଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ। ସେ ବାଂଲାଦେଶରେ ହିନ୍ଦୁମାନଙ୍କ ଉପରେ ହେଉଥିବା ଅତ୍ୟାଚାରକୁ...

JDUରୁ ନିଶାନ୍ତ ହେବେ ପରବର୍ତ୍ତି ମୁଖ୍ୟମନ୍ତ୍ରୀ? ଏହି ଚର୍ଚ୍ଚା ଭିତରେ RJD କଲା ଚମକାଇବା ଭଳି ଦାବି

ପାଟନା,୨୪।୧୨: ନିକଟରେ, ୨୦୨୫ ବିହାର ବିଧାନସଭା ନିର୍ବାଚନ ପରେ, ନୀତୀଶ କୁମାର ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ମୋଦି ଏବଂ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିଥିଲେ। ଏହି ବୈଠକକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri