ପ୍ରୋଟକଲ ଭାଙ୍ଗି ପିଲାଙ୍କୁ ଭେଟିଲେ ରାଷ୍ଟ୍ରପତି

ବାରିପଦା,୨୦ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ): ବାରିପଦା ଶହୀଦ ସ୍ମୃତି ଭବନରୁ ସର୍କିଟ ହାଉସ ଯିବା ସମୟରେ ଭଞ୍ଜପୁରଠାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବାଟରେ ଅଟକି ରହିଥିଲେ। ତାଙ୍କ ଅତିପ୍ରିୟ ଛାତ୍ରୀଛାତ୍ର ରାସ୍ତା ପାର୍ଶ୍ୱରେ ଛିଡା ହୋଇଥିଲେ। ଏହା ଦେଖି ସଙ୍ଗେ ସଙ୍ଗେ ଗାଡ଼ିକୁ ଅଟକାଇ ପ୍ରୋଟକଲ ଭାଙ୍ଗି ପିଲାଙ୍କ ନିକଟକୁ ଯାଇ ଚକଲେଟ ଦେଇଥିଲେ। ରାଷ୍ଟ୍ରପତିଙ୍କୁ ଖୁବ ନିକଟରୁ ଦେଖି ଛାତ୍ରୀଛାତ୍ରମାନେ ବେଶ ଖୁସି ହୋଇଥିଲେ। ପ୍ରୋଟକଲ ଭାଙ୍ଗି ପିଲାଙ୍କ ନିକଟକୁ ଯାଇଥିବାରୁ ସୁରକ୍ଷା ବ୍ୟବସ୍ଥା ଦାୟିତ୍ୱରେ ଥିବା ଅଧିକାରୀମାନେ ଚିନ୍ତାରେ ପଡି ଯାଇଥିଲେ।

Share