ଝଡ଼ ପ୍ରଭାବିତ ସହରର ନାଁ ଭୁଲିଗଲେ ରାଷ୍ଟ୍ରପତି

ଓ୍ବାଶିଂଟନ,୨ା୪: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ମିସିସିପିର ‘ରୋଲିଂ ଫର୍କ ସହରକୁ ଯିବାବେଳେ ଏକ ବଡ଼ ଭୁଲ୍‌ କରିଛନ୍ତି। ଯେତେବେଳେ ସେ ଝଡ଼ ପ୍ରଭାବିତ ଅଞ୍ଚଳର ଲୋକମାନଙ୍କୁ ସମ୍ବୋଧିତ କରୁଥିଲେ, ସେ ବାରମ୍ବାର ‘ରୋଲିଂ ଫର୍କକୁ’ ‘ରୋଲିଂ ଷ୍ଟୋନ୍‌’ ବୋଲି କହିଥିଲେ। ‘ରୋଲିଂ ଷ୍ଟୋନ’ ହେଉଛି ଏକ ପତ୍ରିକା,ଯାହା ଲୋକପ୍ରିୟ ସଂସ୍କୃତି ଉପରେ ଧ୍ୟାନ ଦେଇଥାଏ। ପରେ ସେ ତାଙ୍କ ଭୁଲ୍‌ ଜାଣିପାରିଥିଲେ।

ବାଇଡେନ ତାଙ୍କ ଅଭିଭାଷଣରେ କହିଥିଲେ, ମୁଁ କେବଳ ଆଜି ପାଇଁ ଏଠାରେ ନାହିଁ, ମୁଁ ସ୍ଥିର ଯେ, ମୁଁ କିଛି ଛାଡ଼ିବି ନାହିଁ। ମୁଁ ନିଶ୍ଚିତ କରୁଛି, ଆପଣମାନଙ୍କ ଶୋଇବା ପାଇଁ ସ୍ଥାନ, ଖାଇବା ପାଇଁ ଖାଦ୍ୟ ମିଳିବ, ‘ରୋଲିଂ ଷ୍ଟୋନ’ରେ ଆପଣମାନଙ୍କ ଜୀବନକୁ ପୁନଃ ନିର୍ମାଣ କରିବାରେ ସାହାଯ୍ୟ କରିବ। ଏହା ପରେ ବାଇଡେନ ନିଜର ଭୁଲ୍‌ ବୁଝି ପାରିଥିଲେ କି ସେ ରୋଲିଂ ଫର୍କକୁ ରୋଲିଂ ଷ୍ଟୋନ୍‌ କହିଥିଲେ। ପରେ ନିଜ ଭୁଲ୍‌ ସୁଧାରି ସହରର ନାଁ ଠିକ୍‌ କହିଥିଲେ।

Share