ଶନିବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି, ଏପରି ରହିଛି କାର୍ଯ୍ୟସୂଚୀ

ଭୁବନେଶ୍ୱର,୧୯।୩(ବ୍ୟୁରୋ): ୩ ଦିନିଆ ଗସ୍ତରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶନିବାର ଓଡ଼ିଶା ଆସୁଛନ୍ତି । ରାଷ୍ଟ୍ରପତି ସଂଧ୍ୟା ୬ଟାରେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିବେ। ସେ ରାଜଭବନରେ ରାତ୍ରି ଯାପନ କରିବେ। ପରଦିନ ଅର୍ଥାତ ୨୧ ତାରିଖ ସକାଳେ ରାଜଭବନରୁ ଭୁବନେଶ୍ୱର ଏୟାରପୋର୍ଟରୁ ଝାରସୁଗୁଡ଼ା ଯିବେ। ଝାରସୁଗୁଡ଼ାରୁ ରାଷ୍ଟ୍ରପତି ରାଉରକେଲା ଗସ୍ତ କରିବେ। ସକାଳ ୧୧ଟାରେ ରାଉରକେଲା ଏନ୍‌ଆଇଟି ସମାବର୍ତ୍ତନ ଉତ୍ସବରେ ଯୋଗଦେବେ। ଅପରାହ୍ନ ୧୨ଟା ବେଳେ ରାଉରକେଲା ଏନ୍‌ଆଇଟି ଛାଡ଼ିବେ। ଅପରାହ୍ନରେ ରାଷ୍ଟ୍ରପତି ଆଇଜିଏଚର ସୁପର ସ୍ପେଶାଲିଟି ହସ୍ପିଟାଲକୁ ଉଦ୍‌ଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ସେହିଦିନ ି ସନ୍ଧ୍ୟା ୬.୧୦ରେ ଭୁବନେଶ୍ୱର ଆସି ରାଜଭବନରେ ରହିବେ।

୨୨ ତାରିଖ ସକାଳ ୧୧ଟାରେ ରାଷ୍ଟ୍ରପତି ପୁରୀରେ ପହଞ୍ଚିବେ ଓ ଶ୍ରୀ ମନ୍ଦିର ଯାଇ ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କରିବେ। ପରେ କୋଣାର୍କ ଯିବେ। ସେଠାରେ କିଛି ସମୟ ବିଶ୍ରାମ ନେଇ ଅପରାହ୍ନ ୪.୧୫ରେ କୋଣାର୍କ ସୂର୍ଯ୍ୟ ମନ୍ଦିର ଦର୍ଶନ କରିବେ। ଅପରାହ୍ନ ୫ଟା ବେଳେ ରାଷ୍ଟ୍ରପତି କୋଣାର୍କରୁ ହେଲିକପ୍ଟର ଯୋଗେ ଭୁବନେଶ୍ୱର ଫେରିିବାର କାର୍ଯ୍ୟକ୍ରମ ରହିଛି।

Share