ନୂଆଦିଲ୍ଲୀ,୧୬।୧୧: ରାଷ୍ଟ୍ରପତି ରାମନାଥ କୋବିନ୍ଦ ମଙ୍ଗଳବାର ଦୁଇଦିନିଆ ପଞ୍ଜାବ ଓ ହରିୟାଣା ଗସ୍ତରେ ଯିବେ। ଏ ନେଇ ରାଷ୍ଟ୍ରପତିଙ୍କ ସଚିବଙ୍କ ପକ୍ଷରୁ ସୂଚନା ମିଳିଛି।
ତେବେ ସେ ଚଣ୍ଡିଗଡର ପଞ୍ଜାବ ଇଞ୍ଜିନିୟରିଂ କଲେଜର ଶତବାର୍ଷିକୀ ଉତ୍ସବରେ ଯୋଗଦେବେ ବୋଲି ସୂଚନା ମିଳିଛି। ବୁଧବାର ସେ ହରିୟାଣାର ଭିୱାନୀ ଜିଲାର ସୁଇ ଗାଁ ପରିଦର୍ଶନ କରିବେ। ମହାଦେବୀ ପରମେଶ୍ବର ଦାସ ଜିନ୍ଦଲ ଚାରିଟେବୁଲ ଟ୍ରଷ୍ଟ ଦ୍ବାରା ଆଦର୍ଶ ଗ୍ରାମ ଭାବରେ ଏହି ଗାଁ ବିକଶିତ ହୋଇଛି। ସେଠାକାର ଜନସାଧାରଣଙ୍କ ପାଇଁ ଥିବା କିଛି ପ୍ରକଳ୍ପ ଓ ସୁବିଧାର ଉଦ୍ଘାଟନ କରିବା ନେଇ ବିଜ୍ଞପ୍ତିରେ ପ୍ରକାଶ ପାଇଛି।