Categories: ଜାତୀୟ

ଆଜିଠୁ ଦୁଇ ଦିନିଆ ୟୁପି ଗସ୍ତରେ ରାଷ୍ଟ୍ରପତି

ନୂଆଦିଲ୍ଲୀ,୨୪।୧୧: ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜିଠୁ ଦୁଇ ଦିନିଆ ଉତ୍ତରପ୍ରଦେଶର କାନପୁର ଗସ୍ତରେ ଯିବେ। ରାଷ୍ଟ୍ରପତି ଆଜି ଚୌଧୁରୀ ହରମୋହନ ସିଂ ଯାଦବଙ୍କ ଜନ୍ମ ଶତବାର୍ଷିକୀ ପାଇଁ ଆୟୋଜିତ କାର୍ଯ୍ୟକ୍ରମକୁ ସମ୍ବୋଧନ କରିବେ।

ଏହା ପରେ ନଭେମ୍ବର ୨୫ରେ ହାରକୋର୍ଟ ବଟଲର ବୈଷୟିକ ବିଶ୍ବବିଦ୍ୟାଳୟର ଶତବାର୍ଷିକୀ ଉତ୍ସବରେ ଯୋଗ ଦେଇ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଛି। ସେହି ଦିନ ୟୁପିର ଗୌତମ ନଗର ଜେୱାରେ ଥିବା ନୋଏଡା ଅନ୍ତର୍ଜୀତୀୟ ବିମାନବନ୍ଦର ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ଏନେଇ ରାଷ୍ଟ୍ରପତି କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି ।

Share