ଚତୁର୍ଦ୍ଧାମୂର୍ତ୍ତି ଦର୍ଶନ କରି ବାସଭବନ ଛାଡ଼ିଲେ ରାଷ୍ଟ୍ରପତି

ବାରିପଦା ଅଫିସ,୫ା୫: ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ତିନି ଦିନିଆ ମୟୂରଭଞ୍ଜ ଜିଲା ଗସ୍ତର ଦ୍ବିତୀୟ ଦିନର ଯାତ୍ରା ଆରମ୍ଭ କରିଥିଲେ। ଶୁକ୍ରବାର ସକାଳୁ ଘରୁ ବାହାରି ରାଇରଙ୍ଗପୁରସ୍ଥିତ ଜଗନ୍ନାଥ ମନ୍ଦିରକୁ ଯାଇ ଘଣ୍ଟି ବଜାଇ ଚତୁର୍ଦ୍ଧାମୂର୍ତ୍ତିକୁ ଦର୍ଶନ କରି ପୂଜାପାଠ କରିଥିଲେ। ପୂର୍ବରୁ ଦୀର୍ଘଦିନ ଧରି ଜଗନ୍ନାଥ ମନ୍ଦିର ପରିଚାଳନା କମିଟିର ଚେୟାରମ୍ୟାନ ରହି ସମସ୍ତ କାର୍ଯ୍ୟ ସୂଚାରୁ ରୂପେ ସମ୍ପାଦନ କରି ଆସୁଥିଲେ। ପରେ ଐଶାନେଶ୍ବର ମନ୍ଦିରକୁ ଯାଇ ଆଶିଷ ଲାଭ କରିଥିଲେ। ପ୍ରତ୍ୟୁଷରେ ପ୍ରଜାପିତା ବ୍ରହ୍ମକୁମାରୀର ଭଉଣୀମାନେ ଆସି ବାସଭବନରେ ସାକ୍ଷାତ କରିଥିଲେ। ପରେ କଡ଼ା ସୁରକ୍ଷା ବଳୟ ମଧ୍ୟରେ ଘରୁ ବାହାରି ଯାତ୍ରା ଆରମ୍ଭ କରିଥିଲେ। ସେଠାରୁ ଫେରି ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଜନ୍ମ ଦିବସରେ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ସେଠାରୁ ବାହାରି ଦାଣ୍ଡବୋଷ ହେଲିପ୍ୟାଡରେ ପହଞ୍ଚି ଶିମିଳିପାଳ ଅଭୟାରଣ୍ୟ ବୁଲିବାକୁ ଯଶିପୁର ଛେଳିଗୁଦୁରି ଅଭିମୁଖେ ଯାତ୍ରା କରିଛନ୍ତି।

Share