Categories: ଜାତୀୟ

ସଂସଦରେ ବଡ ଘୋଷଣା କଲେ ରାଷ୍ଟ୍ରପତି, ଦେଶର ବରିଷ୍ଠ ନାଗରିକଙ୍କୁ ମିଳିବ ଲାଭ

ନୂଆଦିଲ୍ଲୀ,୨୭।୬: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସଂସଦର ଉଭୟ ଗୃହକୁ ଗୁରୁବାର ସମ୍ବୋଧିତ କରିଥିଲେ। ଏହି ସମୟରେ ରାଷ୍ଟ୍ରପତି ଏକ ବଡ଼ ଘୋଷଣା କରିଥିଲେ। ସେ ଆୟୁଷ୍ମାନ ଯୋଜନା ସମ୍ବନ୍ଧରେ ଗୁରୁତ୍ୱପୂର୍ଣ୍ଣ କଥା କହିଛନ୍ତି। ରାଷ୍ଟ୍ରପତି କହିଛନ୍ତି ଯେ ଦେଶରେ ୭୦ ବର୍ଷରୁ ଅଧିକ ବୟସ୍କ ସମସ୍ତ ନାଗରିକଙ୍କୁ ଆୟୁଷ୍ମାନ ଯୋଜନା ଅନୁଯାୟୀ ଚିକିତ୍ସା ଯୋଗାଇ ଦିଆଯିବ।

ରାଷ୍ଟ୍ରପତି କହିଛନ୍ତି, ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ବର୍ତ୍ତମାନ ୭୦ବର୍ଷରୁ ଅଧିକ ସମସ୍ତ ବୟସ୍କ ନାଗରିକ ଆୟୁଷ୍ମାନ ଭାରତ ଯୋଜନା ଅଧୀନରେ ମାଗଣା ଚିକିତ୍ସାର ଲାଭ ପାଇବେ। ଗତ ୧୦ବର୍ଷ ମଧ୍ୟରେ ସରକାର ଅନେକ ସଂସ୍କାର ମଧ୍ୟ କରିଛନ୍ତି।
ସୂଚନାଯୋଗ୍ୟ, ନିକଟରେ ଅନୁଷ୍ଠିତ ଲୋକ ସଭା ନିର୍ବାଚନ ପୂର୍ବରୁ ଭାଜପା ଏହାର ନିର୍ବାଚନୀ ଇସ୍ତାହାର ପ୍ରକାଶ କରିଥିଲା। ମନିଫେଷ୍ଟୋରେ କୁହାଯାଇଛି ଯେ ଆୟୁଷ୍ମାନ କାର୍ଡ ଅଧୀନରେ ଦେଶର ଲୋକମାନେ ୫ ଲକ୍ଷ ଟଙ୍କା ମୂଲ୍ୟର ଚିକିତ୍ସା ପାଇବେ। ଏହା ସହିତ, ୭୦ ବର୍ଷରୁ ଅଧିକ ବୟସ୍କ ପ୍ରତ୍ୟେକ ବ୍ୟକ୍ତିଙ୍କୁ ଆୟୁଷ୍ମାନ ଯୋଜନା ଅଧୀନରେ ଚିକିତ୍ସା ସୁବିଧା ଯୋଗାଇ ଦିଆଯିବ।

Share