Categories: ଜାତୀୟ

ବଡ ଘୋଷଣା କଲେ ଜାତିସଂଘ ସାଧାରଣ ସଭାର ସଭାପତି

ନୂଆଦିଲ୍ଲୀ,୨୪।୧୦: ମିଳିତ ଜାତିସଂଘର ସାଧାରଣ ସଭାର ସଭାପତି ଡେନିସ ଫ୍ରାନ୍ସିସ ୧୦ମ ଜରୁରୀକାଳୀନ ସ୍ବତନ୍ତ୍ର ଅଧିବେଶନ ପାଇଁ ଘୋଷଣା କରିଛନ୍ତି। ସୋସିଆଲ ମିଡିଆ ମାଧ୍ୟମରେ ସ୍ବତନ୍ତ୍ର ଅଧିବେଶନକୁ ପୁନଃ ଆରମ୍ଭ କରିବାକୁ ସଦସ୍ୟ ରାଷ୍ଟ୍ରଙ୍କ ଅନୁରୋଧ ପରେ ସେ ଜରୁରୀକାଳୀନ ସ୍ବତନ୍ତ୍ର ଅଧିବେଶନକୁ ଡାକିବେ ବୋଲି କହିଛନ୍ତି।
ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ ମାଧ୍ୟମରେ ପୋଷ୍ଟ କରି ସୂଚନା ଦେଇ ସେ କହିଛନ୍ତି, ‘ମୁଁ ୨୬ ଅକ୍ଟୋବର ୨୦୨୩ ଗୁରୁବାର ୟୁଏନଜିଏ ଜରୁରୀକାଳୀନ ଅଧିବେଶନକୁ ଡାକିବି।’

Share