ଫେସ୍‌ବୁକ୍‌ ପୋଷ୍ଟ ମାଧ୍ୟମରେ ସମ୍ଭାବ୍ୟ ଯୁଦ୍ଧ ତାରିଖ କହିଲେ ୟୁକ୍ରେନ୍‌ ରାଷ୍ଟ୍ରପତି

କ୍ୱିଭ୍‌,୧୫।୨: ୟୁକ୍ରେନ ସଙ୍କଟ ଧୀରେ ଧୀରେ ବଢିବାରେ ଲାଗିଛି। ୟୁକ୍ରେନକୁ ଘେଣିବା ପାଇଁ ରୁଷିଆ ଆକ୍ରମଣ ପାଇଁ ୧.୩୦ଲକ୍ଷ ସେନ୍ୟ ଓ ମିସାଇଲ ପ୍ରସ୍ତୁତ କରି ରଖିଛି। ଏହି ସମୟ ମଧ୍ୟରେ ୟୁକ୍ରେନର ରାଷ୍ଟ୍ରପତି ଭ୍ଲାଦିମିର ଜେଲେନସ୍କି ତାଙ୍କର ଏକ ଫେସବୁକ ପୋଷ୍ଟ ଏକ ବଡ଼ ଘୋଷଣା କରିଛନ୍ତି। ସେ ତାଙ୍କ ପୋଷ୍ଟରେ ଲେଖିଛନ୍ତି – ଫେବୃୟାରୀ ୧୬ ଦିନ ୟୁକ୍ରେନ ଉପରେ ରୁଷିଆର ଆକ୍ରମଣର ଦିନ ହେବ। ଆମେ କଥାବାର୍ତ୍ତା ମାଧ୍ୟମରେ ସମସ୍ତ ବିବାଦର ସମାଧାନ କରିବାକୁ ଚାହୁଁଛନ୍ତି। ଆମକୁ କୁହାଯାଇଛି ଯେ ଫେବୃୟାରୀ ୧୬ ଆକ୍ରମଣର ଦିନ ହେବ। ଆମେ ଏହାକୁ ଏକତା ଦିବସ ପାଳନ କରିବୁ। ଏହା ସହ ଜଡିତ ଆଦେଶ ପୂର୍ବରୁ ଦସ୍ତଖତ ହୋଇସାରିଛି। ଆଜି ଅପରାହ୍ନରେ ଆମେ ଜାତୀୟ ପତାକା ଉତ୍ତୋଳନ କରିବୁ, ନୀଳ-ହଳଦିଆ ରିବନ ପିନ୍ଧି ବିଶ୍ୱକୁ ଆମର ଏକତା ଦେଖାଇବୁ ବୋଲି ସେ କହିଛନ୍ତି।
ସୂଚନାଯୋଗ୍ୟ, ରୁଷିଆ ୟୁକ୍ରେନକୁ ତିନି ପାର୍ଶ୍ୱରୁ ଘେରି ରହିଛି। ଫେବୃୟାରୀ ୧୬ରେ ୟୁକ୍ରେନ ଉପରେ ରୁଷିଆ ଆକ୍ରମଣ କରିପାରେ ବୋଲି ଆମେରିକା ଚେତାଇ ଦେବା ପରେ ଆଜି ଏଭଳି ଖବରକୁ ନେଇ ଚର୍ଚ୍ଚା ଜୋର ଧରିଛି। ଦୁଇଦିନ ତଳେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଫୋନ କରି ପାଖାପାଖି ୬୦ ମିନିଟ କଥା ହୋଇଥିଲେ ଓ ୟୁକ୍ରେନ ଉପରେ ଆକ୍ରମଣ କଲେ ପରିସ୍ଥିତି ଭୟାବହ ହେବ ବୋଲି ପୁଟିନଙ୍କୁ ଚେତାବନୀ ଦେଇଥିଲେ।

Share