Categories: ଜାତୀୟ

ଏହି ଷ୍ଟାର ଖେଳାଳିଙ୍କ ସହ ଟେନିସ୍‌ ଖେଳିଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ,୧୧।୭: କ୍ରୀଡା ଏବଂ ଖେଳ ପ୍ରତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କର ଦୁର୍ବଳତା ଏବେ ସାମ୍ନାକୁ ଆସିଛି। ସେ ରାଷ୍ଟ୍ରପତି ଭବନର ବ୍ୟାଡମିଣ୍ଟନ କୋର୍ଟରେ ବହୁ ଚର୍ଚ୍ଚିତ ଖେଳାଳି ସାଇନା ନେହୱାଲଙ୍କ ସହ ବ୍ୟାଡମିଣ୍ଟନ ଖେଳୁଥିବାର ଦେଖାଯାଇଛି। ରାଷ୍ଟ୍ରପତି ଭବନ ପକ୍ଷରୁ ଏକ୍ସ ପୋଷ୍ଟ ମାଧ୍ୟମରେ କିଛି ଫଟୋ ମଧ୍ୟ ଶେୟାର କରାଯାଇଛି। ଏହି ପୋଷ୍ଟରେ ଏହା ଲେଖାଯାଇଥିଲା – ରାଷ୍ଟ୍ରପତି ଭବନ ବ୍ୟାଡମିଣ୍ଟନ କୋର୍ଟରେ ଭେଟେରାନ ଖେଳାଳି ସାଇନା ନେହୱାଲଙ୍କ ସହ ବ୍ୟାଡମିଣ୍ଟନ ଖେଳିଥିବା ବେଳେ କ୍ରୀଡ଼ା ପ୍ରତି ରାଷ୍ଟ୍ରପତିଙ୍କ ପ୍ରେମ ଦେଖିବାକୁ ମିଳିଥିଲା। ରାଷ୍ଟ୍ରପତିଙ୍କ ଏହି ପ୍ରେରଣାଦାୟକ ପଦକ୍ଷେପ ବ୍ୟାଡମିଣ୍ଟନ ଦୁନିଆରେ ପାୱାରହାଉସ ଭାବରେ ଭାରତର ଆର୍ବିଭାବ ଆହୁରି ମଜଭୁତ କରୁଛି ଏବଂ ମହିଳା ଖେଳାଳିମାନେ ବିଶ୍ୱ ସ୍ତରରେ ଏକ ବଡ ପ୍ରଭାବ ପକାଇଛନ୍ତି।
ରାଷ୍ଟ୍ରପତି ମୁର୍ମୁ ଜଣେ ପେସାଦାର ବ୍ୟାଡମିଣ୍ଟନ ଖେଳାଳି ପରି ଦେଖାଯାଉଥିଲେ। ସେ ଅନେକ ଥର ସାଇନା ନେହୱାଲଙ୍କୁ ପରାସ୍ତ କରିଥିଲେ। ଲାଗୁଥିଲା ଯେପରି ସେ ପୂର୍ବରୁ ବ୍ୟାଡମିଣ୍ଟନ ଖେଳିଥିଲେ।
ପଦ୍ମଶ୍ରୀ ଏବଂ ପଦ୍ମ ଭୂଷଣ ସାଇନା ନେହୱାଲ ରାଷ୍ଟ୍ରପତି ଭବନରେ ଏକ ବକ୍ତୃତା ପ୍ରଦାନ କରିବେ। ସେଠାରେ ଉପସ୍ଥିତ ଥିବା ଲୋକଙ୍କ ସହିତ ମଧ୍ୟ କଥାବାର୍ତ୍ତା କରିବେ।

Share