Categories: ଜାତୀୟ

ରାମ ନବମୀର ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୧।୪: କରୋନାର ଦ୍ୱିତୀୟ ଲହର ମଧ୍ୟରେ ଆଜି ସାରା ଦେଶରେ ରାମ ନବମୀ ପାଳନ କରାଯାଉଛି। ରାମ ନବମୀ ପ୍ରତିବର୍ଷ ଚୈତ୍ର ମାସ ଶୁକ୍ଲ ପକ୍ଷ ନବମୀ ତିଥିରେ ପାଳନ କରାଯାଏ। ଏହି ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ବହୁ ନେତା ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଟୁଇଟର ଯୋଗେ ଲେଖିଛନ୍ତି, ରାମ ନବମୀର ଶୁଭ ଅବସରରେ ସମସ୍ତ ଦେଶବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା। ମର୍ଯ୍ୟାଦା ପୁରୁଷୋତ୍ତମ ରାମଙ୍କ ଜନ୍ମଦିନରେ ପାଳନ କରାଯାଉଥିବା ଏହି ପର୍ବ ଆମକୁ ଜୀବନରେ ମର୍ଯ୍ୟାଦା ଅନୁସରଣ କରିବାକୁ ପ୍ରେରଣା ଯୋଗାଏ। ଆସନ୍ତୁ ସମସ୍ତେ ଏକ ପ୍ରତିଶ୍ରୁତି ଦେବା ଯେ ଆମେ କରୋନା ମହାମାରୀକୁ ମଧ୍ୟ ଅଖଣ୍ଡତା ଏବଂ ସଂଯମତା ସହିତ ପରାସ୍ତ କରିବା। ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟୁଇଟ କରି କହିଛନ୍ତି, ଆଜି ରାମ ନବମୀ ଏବଂ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀ ରାମଙ୍କ ବାର୍ତ୍ତା ହେଉଛି ମର୍ଯ୍ୟାଦା ପାଳନ କରିବା। କରୋନାର ସଙ୍କଟ ମଧ୍ୟରେ ଏହାକୁ ଏହଡାଇବା ପାଇଁ ଯାହା ଆବଶ୍ୟକ ତାହା ଅନୁସରଣ କରନ୍ତୁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

Share