ପୁରୀ ଅଫିସ,୧୯ା୨: ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସି ମହାପ୍ରଭୁଙ୍କ ଦର୍ଶନ ନିମନ୍ତେ ପୁରୀରେ ପହଞ୍ଚିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଅପରାହ୍ନ ୫ଟା ୧୦ରେ କାରକେଡ୍ ଶ୍ରୀମନ୍ଦିର ନିକଟରେ ପହଞ୍ଚିଥିବା ବେଳେ ତାଙ୍କ କେଳିକ ପଣ୍ଡା ତାଙ୍କୁ ପାଛୋଟି ନେଇଥିଲେ। ଏହା ପରେ ସସ୍ତ୍ରୀକ ମହାପ୍ରଭୁଙ୍କ ଦର୍ଶନ ଲାଗି ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିଛନ୍ତି ରାଷ୍ଟ୍ରପତି।
ଶ୍ରୀମନ୍ଦିରରେ ପାଖାପାଖି ୪୫ ମିନିଟ୍ ରହି ରାଷ୍ଟ୍ରପତି ଫେରିଯିବେ ପୁରୀ ରାଜଭବନକୁ। ଏଠାରେ ଆଜି ରାତ୍ରି ରହଣି ବ୍ୟବସ୍ଥା ହୋଇଛି। ଏହାକୁ ଦୃଷ୍ଟିରେ ରଖି ଅପରାହ୍ନ ୪ଟାରୁ ଶ୍ରୀମନ୍ଦିରରେ ସାଧାରଣ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ପାଇଁ ଦର୍ଶନ ବନ୍ଦ ରଖାଯାଇଛି।