ଆସନ୍ତାକାଲି ଓଡ଼ିଶା ଆସିବେ ରାଷ୍ଟ୍ରପତି

ଭୁବନେଶ୍ୱର,୩ା୫(ବ୍ୟୁରୋ): ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତାକାଲି ଅର୍ଥାତ୍‌ ୪ ତାରିଖରେ ଓଡ଼ିଶା ଗସ୍ତରେ ଆସିବେ ବୋଲି ରାଷ୍ଟ୍ରପତିଙ୍କ ସଚିବାଳୟ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି। ୪ରୁ ୬ ତାରିଖ ପର୍ଯ୍ୟନ୍ତ ରାଷ୍ଟ୍ରପତି ରାଇରଙ୍ଗପୁର, ପାହାଡ଼ପୁର ଏବଂ ବାରିପଦାରେ କିଛି କାର୍ଯ୍ୟକ୍ରମରେ ଯୋଗଦେବେ।

୪ ତାରିଖ ସକାଳ ୭ଟାରେ ରାଷ୍ଟ୍ରପତି ପାଲାମ ବିମାନ ବନ୍ଦରରୁ ଭାରତୀୟ ବାୟୁସେନା ବିମାନରେ ଆସି ପଶ୍ଚିମବଙ୍ଗର କାଲାଇକୁଣ୍ଡା ବିମାନ ବନ୍ଦରରେ ଅବତରଣ କରିବେ। ସେଠାରୁ ବାୟୁସେନାର ‘ଏମ୍‌ଆଇ ୧୭’ରେ ବାଦାମପାହାଡ଼ ହେଲିପ୍ୟାଡ୍‌ରେ ଅବତରଣ କରି ସଡ଼କ ପଥରେ ପାହାଡ଼ପୁର ପହଞ୍ଚି ସ୍ବର୍ଗତ ଶ୍ୟାମଚରଣ ମୁର୍ମୁଙ୍କୁ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଦେବେ। ଏହି ଗସ୍ତ ସମୟରେ ସେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇ ପୁଣି ଦିଲ୍ଲୀ ଫେରିଯିବେ।

Share