ଜାକର୍ତ୍ତା,୨୪।୧୦: ଇସଲାମ ଧର୍ମକୁ ତ୍ୟାଗ କରିବେ ଇଣ୍ଡୋନେସିଆର ପୂର୍ବତନ ରାଷ୍ଟ୍ରପତିଙ୍କ ସୁକର୍ଣ୍ଣୋଙ୍କ ଝିଅ ସୁକୁମାବତୀ ସୁକାର୍ଣ୍ଣୋପୁତ୍ରି। ହିନ୍ଦୁ ଧର୍ମ ଆପଣାଇବା ନେଇ ଏକ କାର୍ଯ୍ୟକ୍ରମରେ ସେ ଘୋଷଣା କରିଛନ୍ତି।
କହି ରଖୁଛୁ ଯେ, ପୂର୍ବରୁ ସେ ଇସଲାମ ଧର୍ମକୁ ବିରୋଧ କରି ସୋସିଆଲ ମିଡିଆରେ ଲେଖିଥିବା ଅଭିଯୋଗ ହୋଇଥିଲା। ସେ ଏ ନେଇ କ୍ଷମା ମଧ୍ୟ ମାଗିଥିଲେ। କିନ୍ତୁ ସବୁ ପରେ ବି ଏ ଯାଏ ସେ ସମାଲୋଚନାରୁ ବର୍ତ୍ତି ପାରି ନାହାନ୍ତି। ସେ ବିରକ୍ତି ଭାବ ପ୍ରକାଶ କରି ଧର୍ମ ପରିବର୍ତ୍ତନ କରିବାର ନିଷ୍ପତ୍ତି ନେଇଛନ୍ତି।