ବହୁପ୍ରତୀକ୍ଷିତ ଫିଲ୍ମ ‘ଜୱାନ’ର ପ୍ରିଭ୍ୟୁ ରିଲିଜ୍‌

ବଲିଉଡ୍‌ର କିଙ୍ଗ୍‌ ଶାହାରୁଖ ଖାନଙ୍କ ବହୁପ୍ରତୀକ୍ଷିତ ଫିଲ୍ମ ‘ଜୱାନ’ର ପ୍ରିଭ୍ୟୁ ମୁକ୍ତିଲାଭ କରିଛି। ଦର୍ଶକ ଫିଲ୍ମର ଟିଜର ଏବଂ ଟ୍ରେଲରକୁ ଅପେକ୍ଷା କରିଥିଲେ, କିନ୍ତୁ ନିର୍ମାତା ପ୍ରଶଂସକମାନଙ୍କୁ ପ୍ରିଭ୍ୟୁ ଉପହାର ଦେଇଛନ୍ତି। ‘ପଠାନ’ ସୁପରହିଟ ହେବାପରେ ପ୍ରଶଂସକମାନେ ଉତ୍ସାହର ସହିତ ‘ଜୱାନ’କୁ ଅପେକ୍ଷା କରିଛନ୍ତି।
ଶାହରୁଖଙ୍କ ଚଳଚ୍ଚିତ୍ର ‘ଜୱାନ’ ପ୍ରିଭ୍ୟୁରେ ଆକ୍ସନ ଭରପୂର ରହିଛି। ଶାହରୁଖ ଜବରଦସ୍ତ ଆକ୍ସନ ଜରିଆରେ ଦର୍ଶକଙ୍କ ହୃଦୟ ଜିତିଛନ୍ତି। ପ୍ରିଭ୍ୟୁରେ ବିଜୟ ସେତୁପତି, ନୟନତାରା ଏବଂ ଦୀପିକା ପାଦୁକୋନ ମଧ୍ୟ ଆକ୍ସନ ପ୍ରଦର୍ଶନ କରୁଥିବା ନଜର ଆସିଛନ୍ତି। ଦୀପିକା ଏହି ଫିଲ୍ମରେ ଅତିଥି ରୂପେ ଅଭିନୟ କରୁଛନ୍ତି। ଏଥିରେ ଶାହରୁଖ ଖାନଙ୍କର ଏକ ଭିନ୍ନ ଲୁକ ମଧ୍ୟ ଦେଖିବାକୁ ମିଳୁଛି।
‘ଜୱାନ’ ଚଳିତ ବର୍ଷ ସେପ୍ଟେମ୍ବର ୭ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ। ଏହି ଫିଲ୍ମ ହିନ୍ଦୀରେ ଏବଂ ତାମିଲ ଏବଂ ତେଲୁଗୁ ଭାଷାରେ ମୁକ୍ତିଲାଭ କରିବ। ଏହାକୁ ଗୌରୀ ଖାନ ପ୍ରସ୍ତୁତ କରିଛନ୍ତି।

Share