Advertisement

କଉ ମାଛର ଦାମ ୩୫ ହଜାର

ଭୋଗରାଇ,୨୮।୭(ଡି.ଏନ୍‌.ଏ.): ପାରାଦ୍ୱୀପ ଗଭୀର ସମଦ୍ରରୁ ଏକ ବିରଳ ପ୍ରଜାତିର କଉମାଛ ମତ୍ସ୍ୟଜୀବୀଙ୍କ ଟ୍ରଲରରେ ଧରାପଡ଼ିଛି। ଟ୍ରଲର ମାଲିକ ଅଶୋକ ସାହୁ ଏହି ମାଛକୁ ଦୀଘା ମୁହାଣ ମାଛ ମାର୍କେଟ୍‌କୁ ବୁଧବାର ସକାଳେ ବିକ୍ରି ପାଇଁ ଆଣିଥିଲେ। ମାର୍କେଟ୍‌ରେ ଉକ୍ତ ମାଛକୁ କୋଲକାତା ବସିର ହାଟର ଜଣେ ମାଛ ବ୍ୟବସାୟୀ ୩୫ହଜାର ଟଙ୍କାରେ କିଣି ଥିଲେ। ମାଛର ଓଜନ ଦେଢ଼ କୁଇଣ୍ଟାଲ ରହିଛି। ମତ୍ସ୍ୟଜୀବୀ ଏହି ମାଛକୁ ଭୋଲା କଉ ବୋଲି କହୁଛନ୍ତି। ଇଂଲିଶରେ ଏହାକୁ ରିକୋର୍ଟ ମାଛ ବୋଲି କୁହାଯାଉଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share