Categories: ଜାତୀୟ

ଦଶହରା ପୂର୍ବରୁ ଗ୍ରାହକଙ୍କୁ ଝଟ୍‌କା, ବଢିଲା ଏଲପିଜି ସିଲିଣ୍ଡର ଦାମ

ନୂଆଦିଲ୍ଲୀ,୧।୧୦: ଆରମ୍ଭ ହୋଇଛି ଅକ୍ଟୋବର ମାସ । ଏହା ସହିତ, ମଙ୍ଗଳବାରଠାରୁ ଅନେକ ଜିନିଷର ମୂଲ୍ୟ ମଧ୍ୟ ବଦଳିଗଲା। ପର୍ବ ପୂର୍ବରୁ ତୈଳ କମ୍ପାନୀଗୁଡିକ ଏଲପିଜି ସିଲିଣ୍ଡରର ମୂଲ୍ୟ ବୃଦ୍ଧି କରିଥିଲେ। ଆଜି ଅର୍ଥାତ୍‌ ମଙ୍ଗଳବାର ଗ୍ୟାସର ମୂଲ୍ୟ ୪୮.୫୦ଟଙ୍କା ବୃଦ୍ଧି ପାଇଛି। ଅବଶ୍ୟ, ଏହି ମୂଲ୍ୟଗୁଡିକ ବ୍ୟବସାୟିକ ଅର୍ଥାତ୍‌ ୧୯ କିଲୋଗ୍ରାମ ଗ୍ୟାସ ସିଲିଣ୍ଡର ପାଇଁ ବୃଦ୍ଧି କରାଯାଇଥିବାବେଳେ ଘରୋଇ ଗ୍ୟାସ ସିଲିଣ୍ଡରର ମୂଲ୍ୟ ସ୍ଥିର ରହିଛି। ବାଣିଜି୍ୟକ ଗ୍ୟାସ ସିଲିଣ୍ଡରର ନୂତନ ମୂଲ୍ୟ ମଙ୍ଗଳବାରଠାରୁ ଆରମ୍ଭ ।

ବାଣିଜି୍ୟକ ବା କମର୍ସିଆଲ ଗ୍ୟାସ ସିଲିଣ୍ଡରର ମୂଲ୍ୟ ବୃଦ୍ଧି ପରେ ରାଜଧାନୀ ଦିଲ୍ଲୀରେ ୧୯ କିଲୋଗ୍ରାମ ଏଲପିଜି ସିଲିଣ୍ଡରର ମୂଲ୍ୟ ୧୭୪୦ ଟଙ୍କା ହୋଇଛି। ଏଠାରେ ବାଣିଜି୍ୟକ ସିଲିଣ୍ଡରର ମୂଲ୍ୟ ୪୮.୫୦ ଟଙ୍କା ବୃଦ୍ଧି ପାଇଛି । ଏହାପୂର୍ବରୁ ଏଠାରେ ୧୯ କିଲୋଗ୍ରାମ ସିଲିଣ୍ଡର ୧୬୯୧.୫୦ ଟଙ୍କାରେ ଉପଲବ୍ଧ ଥିଲା।
କୋଲକାତାରେ ୧୯ କିଲୋଗ୍ରାମ ଗ୍ୟାସ ସିଲିଣ୍ଡର ୧୮୫୦.୫୦ ଟଙ୍କା ହୋଇଛି। ଏଠାରେ ଏହି ଗ୍ୟାସ ସିଲିଣ୍ଡରର ମୂଲ୍ୟ ୪୮ ଟଙ୍କା ବୃଦ୍ଧି ପାଇଛି। ଏହାପୂର୍ବରୁ କୋଲକାତାରେ କମର୍ସିଆଲ ଗ୍ୟାସ ସିଲିଣ୍ଡରର ମୂଲ୍ୟ ୧୮୦୨.୫୦ ଟଙ୍କା ଥିଲା।
ଅନ୍ୟପକ୍ଷରେ ମାୟାନାଗରୀ ମୁମ୍ବାଇରେ ବ୍ୟବସାୟିକ ଏଲପିଜି ସିଲିଣ୍ଡରର ମୂଲ୍ୟ ୧୬୯୨ ଟଙ୍କାକୁ ବୃଦ୍ଧି ପାଇଛି। ଯାହା ପୂର୍ବରୁ ୧୬୪୪ଟଙ୍କା ଥିଲା । ଏହାର ଅର୍ଥ ଏଠାରେ ମଧ୍ୟ ୧୯ କିଲୋଗ୍ରାମ ସିଲିଣ୍ଡରର ମୂଲ୍ୟ ୪୮ ଟଙ୍କା ବୃଦ୍ଧି ପାଇଛି।
ଚେନ୍ନାଇରେ ୧୯କିଲୋଗ୍ରାମ ଏଲପିଜି ସିଲିଣ୍ଡରର ମୂଲ୍ୟ ୧୯୦୩ ଟଙ୍କାକୁ ବୃଦ୍ଧି ପାଇଛି। ଯାହା ପୂର୍ବରୁ ୧୮୫୫ ଟଙ୍କା ଥିଲା। ଅର୍ଥାତ୍‌ ଚେନ୍ନାଇରେ କମର୍ସିଆଲ ଗ୍ୟାସ ସିଲିଣ୍ଡରର ମୂଲ୍ୟ ୪୮ ଟଙ୍କା ବୃଦ୍ଧି କରାଯାଇଛି।

Share