କାଠମାଣ୍ଡୁ,୨୪ା୮: କିଛି ଦିନ ତଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର ପିଆଜ ରପ୍ତାନୀ ଉପରେ ୪୦ ପ୍ରତିଶତ ଶୁଳ୍କ ଲଗାଇ ମୁଦ୍ରାସ୍ଫୀତି ବୃଦ୍ଧି ପାଇଁ ଏକ ବଡ଼ ପଦକ୍ଷେପ ନେଇଥିଲେ। ଏହି ନିଷ୍ପତ୍ତିର ପ୍ରଭାବ ପଡ଼ୋଶୀ ଦେଶ ନେପାଳ ଉପରେ ସ୍ପଷ୍ଟ ଭାବରେ ଦେଖିବାକୁ ମିଳିଛି। ଏଠାରେ ପିଆଜ ମୂଲ୍ୟରେ ବହୁତ ବୃଦ୍ଧି ଘଟିଛି। ନେପାଳରେ ପିଆଜ ମୂଲ୍ୟ କେଜି ପ୍ରତି ୧୦୦ ଟଙ୍କାରେ ପହଞ୍ଚିଛି।
ଏକ ରିପୋର୍ଟ ଅନୁଯାୟୀ, ଗତ ସପ୍ତାହଠାରୁ ୩୧ଡିସେମ୍ବର ପର୍ଯ୍ୟନ୍ତ ପିଆଜ ବିଦେଶୀ ବିକ୍ରି ଉପରେ ଭାରତ ୪୦ ପ୍ରତିଶତ ରପ୍ତାନୀ ଶୁଳ୍କ ଲାଗୁ କରିଛି। ଆଗାମୀ ପର୍ବକୁ ଦୃଷ୍ଟିରେ ରଖି ମୂଲ୍ୟ ବୃଦ୍ଧି ଆଶଙ୍କା ମଧ୍ୟରେ ଏହି ପଦକ୍ଷେପ ନିଆଯାଇଛି। ଭାରତର ଏହି ପଦକ୍ଷେପ ନେପାଳକୁ ଅଧିକ ପ୍ରଭାବିତ କରିଛି। ନେପାଳର ସବୁଠୁ ବଡ଼ ହୋଲସେଲ ବଜାର ‘କାଳିମାଟି ଫଳ ଏବଂ ପନିପରିବା ବଜାର’ ରେ ହଠାତ୍ ପିଆଜ ଅଭାବ ପରିଲକ୍ଷିତ ହୋଇଥିବା ବ୍ୟବସାୟୀମାନେ କହିଛନ୍ତି।