ଚିନି ମୂଲ୍ୟ ୨୨୦ ଟଙ୍କା

ଇସଲାମାବାଦ୍‌,୩।୯: ପାକିସ୍ତାନରେ ଆର୍ଥିକ ସଙ୍କଟ ମଧ୍ୟରେ ଚିନି ଦର ରେକର୍ଡ ଭାଙ୍ଗିଛି। ବାଲୁଚିସ୍ତାନର ଖୁଚୁରା ବଜାରରେ ଚିନି ମୂଲ୍ୟ ୨୨୦ ଟଙ୍କାରେ ପହଞ୍ଚିଛି। ଚିନି ପୂର୍ବରୁ ୨୦୦ କିଲୋଗ୍ରାମରେ ବିକ୍ରି ହେଉଥିଲା। ବାଲୁଚିସ୍ତାନରେ ହଠାତ୍‌ ୨୦ ଟଙ୍କା ବୃଦ୍ଧି ରେକର୍ଡ କରାଯାଇଥିଲା। ଏହା ସହିତ ଚିନି ସର୍ବକାଳୀନ ୨୨୦ ଟଙ୍କା ପର୍ଯ୍ୟନ୍ତ ପହଞ୍ଚିଛି।
ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରଣାଳୟ ପାକିସ୍ତାନରେ ଚିନି ଅଭାବକୁ ଅସ୍ବୀକାର କରିଛି। ବ୍ରାଜିଲରୁ ଚିନି ଆମଦାନୀ କରିବାକୁ ପାକିସ୍ତାନ ଚାହୁଁଛି ବୋଲି ଏକ ସୂତ୍ର ଦାବି କରିବା ପରେ ଏହି ସ୍ପଷ୍ଟୀକରଣ ଆସିଛି।

Share