Categories: ଫୁରସତ

ଖଟିଆର ମୂଲ୍ୟ ୧.୧୨ ଲକ୍ଷ ଟଙ୍କା

ନୂଆଦିଲ୍ଲୀ: ଭାରତର ଘରଗୁଡ଼ିକରେ ବ୍ୟବହୃତ ହେଉଥିବା ଖଟିଆ ସାଧାରଣତଃ ରାସ୍ତା କଡ଼ରେ ମିଳିଯାଏ, ଯାହାର ମୂଲ୍ୟ ୨ ହଜାରରୁ ଆରମ୍ଭ କରି ୧୦ ହଜାର ପର୍ଯ୍ୟନ୍ତ ରହିଥାଏ। ଏହା ଝୋଟରେ ପ୍ରସ୍ତୁତ କରାଯାଇଥାଏ। ହେଲେ ବର୍ତ୍ତମାନ ଘରଗୁଡ଼ିକରେ ଏହା ଖୁବ୍‌ କମ୍‌ ମାତ୍ରାରେ ଦେଖିବାକୁ ମିଳିବ। ତେବେ ଏକ ବିଦେଶୀ ୱେବ୍‌ସାଇଟ୍‌ରେ ଏହି ଖଟିଆ ଖୁବ୍‌ ଚର୍ଚ୍ଚାରେ ରହିଛି। ଆମେରିକାର ଇ-କମର୍ସ କମ୍ପାନୀ ଇଟିଏସ୍‌ୟାଇ ଡଟ୍‌ ଇନ୍‌ ଖାସ୍‌ କରି ସବୁ ୱେଷ୍ଟେଜ ଜିନିଷ ବିକ୍ରି କରିଥାଏ। ଏହି ଜିନିଷ ମଧ୍ୟରେ ଖଟିଆ ମଧ୍ୟ ରହିଛି। ସେଥିରେ ସେହି ଖଟିଆ ବାବଦରେ ସମସ୍ତ ତଥ୍ୟ ଉଲ୍ଲେଖ ରହିଛି। ଆମେରିକାର ଲୋକ ମଧ୍ୟ ସେହି ଖଟିଆକୁ କିଣୁଥିବା ଦେଖିବାକୁ ମିଳୁଛି। ଏଠାରେ ସବୁଠୁ ଆଶ୍ଚର୍ଯ୍ୟକର କଥା ହେଉଛି ୩୬ ଇଞ୍ଜ ଚଉଡ଼ା, ୭୨ ଇଞ୍ଜ ଉଚ୍ଚତା ଏବଂ ୧୮ ଇଞ୍ଜ ଗଭୀରତା ବିଶିଷ୍ଟ ଖଟିଆ, ଯାହାର ଦାମ୍‌ ରହିଛି ୧.୧୨ ଲକ୍ଷ ଟଙ୍କା। ଅନ୍‌ଲାଇନରେ ଏପରି ଉଚ୍ଚ ଦାମ୍‌ ବିଶିଷ୍ଟ ଜିନିଷ ଅନେକ ରହିଛି, ହେଲେ ୱେଷ୍ଟେଜ ଜିନିଷରେ ଏକ ଖଟିଆର ଦାମ୍‌ ଏତେ ଯାହା ଆଶ୍ଚର୍ଯ୍ୟକର।

Share