ରଶ୍ମିକା ପିନ୍ଧିଥିବା ଟପ୍‌ର ମୂଲ୍ୟ ଜାଣିଲେ…

ମୁମ୍ବାଇ: ସାଉଥ୍‌ ସୁନ୍ଦରୀ ରଶ୍ମିକା ମନ୍ଦାନା ଆଜିକାଲି ପ୍ରଶଂସକଙ୍କ ହୃଦୟରେ ରାଜ୍‌ କରୁଛନ୍ତି। ନିଜର ଦମ୍‌ଦାର ଅଭିନୟ ପାଇଁ ସାଉଥ୍‌ରୁ ବଲିଉଡ ପର୍ଯ୍ୟନ୍ତ ତାଙ୍କର କ୍ରେଜ୍‌ ବଢିବାରେ ଲାଗିଛି। ନିକଟରେ ରଶ୍ମିକା ମୁମ୍ବାଇ ବିମାନବନ୍ଦରରେ ଜିନ୍ସ ସହିତ ଏକ ଟପ୍‌ ପିନ୍ଧିଥିବାର ନଜର ଆସିଥିଲେ। ତେବେ ରଶ୍ମିକା ପିନ୍ଧିଥିବା ଟପ୍‌ର ମୂଲ୍ୟ ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ। ଅଭିନେତ୍ରୀ ଆନ୍ତର୍ଜାତୀୟ ବ୍ରାଣ୍ଡ ଡଲ୍ସ ଆଣ୍ଡ ଗବାନାର ଏକ ଟପ୍‌ ପିନ୍ଧିଥିଲେ, ଯାହାର ମୂଲ୍ୟ ୨,୦୫,୮୮୧ ଟଙ୍କା। ରଶ୍ମିକାଙ୍କ ଏହି ଟପ୍‌ଟି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା।
ଅଭିନେତ୍ରୀଙ୍କୁ ନିକଟରେ ‘ମିଶନ ମଜନୁ’ରେ ଶେଷ ଥର ପାଇଁ ଦେଖିବାକୁ ମିଳିଥିଲା। ଏଥିସହ ଅଭିନେତ୍ରୀ ଖୁବ୍‌ଶୀଘ୍ର ଅଲୁ ଅର୍ଜୁନଙ୍କ ସହ ‘ପୁଷ୍ପା ୨’ରେ ନଜର ଆସିବେ। ଯାହାର ସୁଟିଂ ସେ ଖୁବ୍‌ଶୀଘ୍ର ଆରମ୍ଭ କରିବାକୁ ଯାଉଛନ୍ତି।

Share