ବିଶେଷକରି ଧନୀ ଲୋକମାନେ ଦାମୀ ଜିନିଷ ପସନ୍ଦ କରିଥାନ୍ତି। ନିଜର ଇଚ୍ଛା ପୂରଣ କରିବା ପାଇଁ ଏହି ଶ୍ରେଣୀର ଲୋକେ ଖୁବ୍ ଅର୍ଥ ବ୍ୟୟ କରିଥାନ୍ତି। ଧନୀକମାନେ ସବୁବେଳେ ନୂଆ ନୂଆ ଜିନିଷ ଆଉ ଦାମୀ ଜିନିଷ କିଣି ପିନ୍ଧିବାକୁ ବେଶି ପସନ୍ଦ କରିଥାନ୍ତି। ଖାଇବା ପିଇବାଠାରୁ ଆରମ୍ଭ କରି ରହିବା ପିନ୍ଧିବା ସବୁଥିରେ ପାଣି ପରି ପଇସା ଖର୍ଚ୍ଚ କରିଥାନ୍ତି। ଆଜି ଏମିତି ଏକ ଜିନ୍ସ ବିଷୟରେ କହିବୁ ଯାହା ସମ୍ପର୍କରେ ଜାଣି ହୋସ୍ ଉଡ଼ିଯିବ। ଏହା ଦୁନିଆର ସବୁଠାରୁ ମହଙ୍ଗା ବା ଦାମୀ ଜିନ୍ସ ବୋଲି କୁହାଯାଉଛି। ଏହାକୁ କେବଳ ଧନୀମାନେ ହିଁ ପିନ୍ଧିପାରିବେ। ଅନ୍ୟମାନେ ଏହାର ଦାମ୍ ଶୁଣି ଆଶ୍ଚର୍ଯ୍ୟଚକିତ ହେବେ।
ସାଧାରଣତଃ ସମସ୍ତେ ଜିନ୍ସ ପିନ୍ଧିବାକୁ ଭଲ ପାଆନ୍ତି। ୫୦ ହଜାରରୁ ଆରମ୍ଭ କରି ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରୋଜଗାର କରୁଥିବା ଲୋକ ୫ ହଜାର ଟଙ୍କାର ଜିନ୍ସ ପିନ୍ଧିବାକୁ ପସନ୍ଦ କରିଥାନ୍ତି। କିନ୍ତୁ ଏମିତି ଏକ ଜିନ୍ସ ଅଛି, ଯାହାର ଦାମ୍ରେ ମୁମ୍ବାଇରେ ଫ୍ଲାଟ୍ କିଣିହେବ। ଏହି ଜିନ୍ସରେ ହୀରା ଖଚିତ ହୋଇଛି। ଏହି କାରଣରୁ ଏହା ଭିନ୍ନ ଲୁକ୍ ମଧ୍ୟ ଆଣି ଦେଉଛି। ଏହି ଜିନ୍ସର ଦାମ୍ ପ୍ରାୟ ୮ ବିଲିୟନ ଡଲାର। ଏହାର ଦାମ୍ରେ ମୁମ୍ବାଇରେ ୧୦ଟି ଫ୍ଲାଟ୍ କିଣିହେବ।