ଅଯୋଧ୍ୟା ମନ୍ଦିରରେ ପୁରୁଷଙ୍କୁ ମିଳେ ଋତୁସ୍ରାବ ଛୁଟି, କାରଣ ଜାଣିଲେ ହୋଇଯିବେ ତାଜୁବ

ଅଯୋଧ୍ୟା,୯।୨: ମହିଳାମାନେ ମାସିକ ଋତୁସ୍ରାବଜନିତ କଷ୍ଟ ଭୋଗିଥାନ୍ତି। ଏଥିପାଇଁ କୌଣସି କାର୍ଯ୍ୟାଳୟରେ ଛୁଟି ନେବାର କୌଣସି ପ୍ରାବଧାନ ନ ଥିବାବେଳେ ଛୁଟି ରଖିବା ପାଇଁ ଦେଶରେ ଏବେ ଦାବି କରାଯାଉଛି। କିନ୍ତୁ ପୁରୁଷମାନେ ଋତୁସ୍ରାବ ପାଇଁ ଛୁଟି ନେବା କେବେ ଶୁଣିଛନ୍ତି। କଥାଟା ଅଜବ ଲାଗିଥାଇପାରେ ହେଲେ ସତ । ଅଯୋଧ୍ୟାରେ ଏପରି ଏକ ମନ୍ଦିର ବିଷୟରେ ଅଛି ଯେଉଁଠାରେ ପୁରୋହିତମାନଙ୍କୁ ଋତୁସ୍ରାବ ପାଇଁ ଛୁଟି ଦିଆଯାଏ। ଆଉ ଏହି ଛୁଟି ଅଯୋଧ୍ୟାର ପ୍ରଶାସନ କି ସରକାର ନୁହେଁ ମନ୍ଦିରରେ ବିରାଜିତ ମାତା ସୀତା ଓ ରାମ ଅନୁମତି ଦେଇଥାନ୍ତି।

ଅଯୋଧ୍ୟାର ରାମକୋଟରେ ଯୁଗଳ ମାଧୁରୀ କୁଞ୍ଜ ନାମକ ଏକ ମନ୍ଦିର ରହିଛି । ଅଯୋଧ୍ୟା ରାଜା ହନୁମାନଗଡ଼ି ନାମରେ ଏହି ଜମି ଦାନ କରିଥିଲେ। ଏହି ମନ୍ଦିରରେ ରାମ ସୀତାଙ୍କ ସହିତ ତାଙ୍କ ସଖୀଙ୍କ ମୂର୍ତ୍ତି ମଧ୍ୟ ଏହି ମନ୍ଦିରରେ ପୂଜା ପାଉଛନ୍ତି l ଏହି ମନ୍ଦିରର ପୁରୋହିତ ହେଉଛନ୍ତି ରାଜ ବାହାଦୂର। ପ୍ରତିଦିନ ଠିକ୍‌ ସମୟରେ ପହଞ୍ଚି ସେ ସମସ୍ତ ନୀତିକାନ୍ତି କରିଥାନ୍ତି। କିନ୍ତୁ ପ୍ରତ୍ୟେକ ମାସର ୭ଦିନ ଋତୁସ୍ରାବ ଜନିତ ଛୁଟି ନେଇଥାନ୍ତି। କାରଣ ବହୁ ପୁରୁଣା କାଳରୁ ଏହି ପରମ୍ପରା ଚଳି ଆସୁଛି l

ଏପରି ପରମ୍ପରା ପାଳନ କରିବାର କାରଣ ଏଠାରେ କିଛି ଗୁପ୍ତନୀତି ପାଳନ କରାଯାଏ। ଅର୍ଥାତ୍‌ ଏହି ମନ୍ଦିରରେ ସଖୀ ପରମ୍ପରାର ପାଳନ କରାଯାଇଥାଏ l ମାନ୍ୟତା ରହିଛି ଯେ ମାତା ସୀତା ନିଜର ୮ଟି ସଖୀଙ୍କ ସହ ଅଯୋଧ୍ୟା ଆସିଥିଲେ l ଆଉ ଯେତେବେଳେ ଏହି ସଖୀମାନେ ଭଗବାନ ରାମଙ୍କ ସହିତ ରହି ନ ଥାଆନ୍ତି l ସେତେବେଳେ ମନ୍ଦିରର ପୂଜକ ସଖୀ ଭୂମିକାର ପାଳନ କରନ୍ତି l ଏହି ସମୟରେ ମନ୍ଦିରର ପୂଜକ ନିଜ ମସ୍ତକରେ ଚନ୍ଦନ ଲଗାଇ ମୁଣ୍ଡରେ ଓଢଣୀ ପକାଇ ମନ୍ଦିରରେ ରହି ଥାଆନ୍ତି l ଏଥିସହ ରାମଙ୍କ ସମ୍ମୁଖରେ ନୃତ୍ୟ ମଧ୍ୟ କରନ୍ତି। ଏହି କାରଣରୁ ମନ୍ଦିରର ପୂଜକଙ୍କୁ ଋତୁସ୍ରାବ ପାଇଁ ଛୁଟି ମିଳିଥାଏ l

Share