କଟକ ଅଫିସ,୪। ୮: କରୋନା ଭୂତାଣୁ ସଂକ୍ରମଣ ଆଶଙ୍କାରେ ମନ୍ଦିର ବନ୍ଦ ଥିବା ଯୋଗୁ ପୂଜକମାନେ ରୋଜଗାର ହରାଇଛନ୍ତି। ତେଣୁ ଆର୍ଥତ୍କ ସହାୟତା ନିବେଦନ କରି ପୁରୀ ଜିଲା କାକଟପୁର ମା’ ମଙ୍ଗଳା ମନ୍ଦିରର ୧୫ ଜଣ ପୂଜକ ସୋମବାର ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ପୁରୀ ଶ୍ରୀମନ୍ଦିର ସେବାୟତଙ୍କୁ ରାଜ୍ୟ ସରକାର ଯେଉଁଭଳି ଆର୍ଥତ୍କ ସହାୟତା ଦେଉଛନ୍ତି, ଅନୁରୂପ ସହାୟତା ଦେବାକୁ ସେମାନେ ନିବେଦନ କରିଛନ୍ତି। ମାସିକ ୧୫ ହଜାର ଟଙ୍କା ଆର୍ଥତ୍କ ସହାୟତା ଦେବା ପାଇଁ ମନ୍ଦିରର ପୂଜକ ପ୍ରକାଶ ପଣ୍ଡା ଓ ଅନ୍ୟ ୧୪ ଜଣ ପୂଜକ ଆବେଦନରେ ଉଲ୍ଲେଖ କରିଛନ୍ତି। ଏହି ମାମଲାରେ ରାଜ୍ୟ ମୁଖ୍ୟ ଶାସନସଚିବ, ଆଇନ ବିଭାଗ ସଚିବ, ସ୍ବତନ୍ତ୍ର ରିଲିଫ୍ କମିଶନର, ଦେବୋତ୍ତର କମିଶନର ଓ ପୁରୀ ଜିଲାପାଳଙ୍କୁ ପକ୍ଷଭୁକ୍ତ କରାଯାଇଛି।