ସୀମାନ୍ତରେ ଭୁଶୁଡ଼ିପଡ଼ିଛି ପ୍ରାକ୍‌ଶିକ୍ଷା ବ୍ୟବସ୍ଥା

ନନ୍ଦପୁର,୧୭ା୭ (ଶଙ୍କର ପୂଜାରୀ): କୋରାପୁଟ ଜିଲା ଆନ୍ଧ୍ର ସୀମାନ୍ତରେ ପ୍ରାକ୍‌ଶିକ୍ଷା ବ୍ୟବସ୍ଥା ଭୁଶୁଡିପଡିଛି। ଓଡ଼ିଆ ଭାଷାଠାରୁ କ୍ରମଃଶ ଦୂରେଇ ଯାଉଛନ୍ତି ସୀମାନ୍ତବାସୀ। ଦୁର୍ବଳ ଭିତ୍ତିଭୂମି ସାଙ୍ଗକୁ ଛାତ୍ରୀଛାତ୍ର ଅଭାବ, ଶ୍ରେଣୀ ଅନୁପାତରେ ଶିକ୍ଷୟିତ୍ରୀ ଶିକ୍ଷକଙ୍କ ଅଭାବ, ଖାଦ୍ୟପେୟ, ପ୍ରୋତ୍ସାହନ, ଖେଳ ପଡିଆ, ପାନୀୟଜଳ ଓ ଶୌଚାଳୟ ଆଦିରେ ଫରକ ହେତୁ ସୀମାନ୍ତବାସୀଙ୍କ ତେଲୁଗୁ ଶିକ୍ଷା ପ୍ରତି ଆଗ୍ରହ ବଢୁଛି। ଓଡ଼ିଶାରେ ପଞ୍ଚାୟତ ପିଛା ଗୋଟିଏ ଆବାସିକ ବିଦ୍ୟାଳୟ ଖୋଲିବା କଷ୍ଟ ହେଉଥିବା ବେଳେ ସୀମାନ୍ତରେ ଆନ୍ଧ୍ର ଗୋଟିଏ ଗ୍ରାମରେ ୧୦ଟି ଆବାସିକ ବିଦ୍ୟାଳୟ ଖୋଲି ପ୍ରଥମରୁ ଦାଦଶ ଶ୍ରେଣୀ ପର୍ଯ୍ୟନ୍ତ ଓଡ଼ିଆ ପିଲାଙ୍କୁ ତେଲୁଗୁ ଭାଷାରେ ଶିକ୍ଷାଦାନ ବ୍ୟବସ୍ଥା କରିଛି। ଏଥିରୁ କୋରାପୁଟ ଜିଲା ନନ୍ଦପୁର ବ୍ଲକ ସୀମାନ୍ତ ଦୁର୍ଗମ ଅଞ୍ଚଳରେ ପ୍ରାକ୍‌ଶିକ୍ଷା ବ୍ୟବସ୍ଥା କେତେ ସୁଦୃଢ ଓ ଶକ୍ତିଶାଳୀ ହୋଇ ରହିଛି ତାହା ସ୍ପଷ୍ଟ ହେଉଛି।
ନନ୍ଦପୁର ବ୍ଲକ ସୀମାନ୍ତରେ ୭ ପଞ୍ଚାୟତ ଗୋଲୁର, ପାନ୍ଥଲୁଙ୍ଗ, ବିଲାପୁଟ, ଚାଟୁଆ, ଖିନବର, ପରଜାବଡପଡ଼ା ଓ ନନ୍ଦକା ପଞ୍ଚାୟତ ଆନ୍ଧ୍ର ସୀମାନ୍ତକୁ ଲାଗି ରହିଛି। ସୀମା ଆରପଟେ ଥିବା ଆନ୍ଧ୍ରର ପ୍ରାକ୍‌ଶିକ୍ଷା ବ୍ୟବସ୍ଥା ଠିକ୍‌ ଥିବା ବେଳେ ଓଡ଼ିଶା ସରକାରଙ୍କ ୭ ପଞ୍ଚାୟତରେ ଥିବା ୬୮ ଅଙ୍ଗନୱାଡ଼ି କେନ୍ଦ୍ରର ନିଜସ୍ବ ଗୃହ ନାହିଁ। ୨୯୨୮ ଜଣ ୦ରୁ ୬ ବର୍ଷ ପିଲାଙ୍କ ପ୍ରାକ୍‌ଶିକ୍ଷା ଓ ପୋଷଣ କାର୍ଯ୍ୟକ୍ରମ ଗ୍ରାମ ବାହାରେ ଚାଲିଛି। ଶିକ୍ଷାବିଭାଗ ପ୍ରଥମରୁ ଦଶମ ଶ୍ରେଣୀ ଛାତ୍ରୀଛାତ୍ରୀଙ୍କ ପାଇଁ ୫୨ଟି ଓ ମଙ୍ଗଳ ବିଭାଗର ମାତ୍ର ୩ଟି ବିଦ୍ୟାଳୟରେ ୩୦୫୫ ଛାତ୍ରୀଛାତ୍ର ଶିକ୍ଷା ଗ୍ରହଣ କରୁଛନ୍ତି। ଏଥିପାଇଁ ୧୪୯ ଶିକ୍ଷୟିତ୍ରୀ ଶିକ୍ଷକ ଥିବା ବେଳେ କୌଣସି ବିଦ୍ୟାଳୟରେ ଶ୍ରେଣୀ ଅନୁପାତରେ ଶ୍ରେଣୀଗୃହ ଓ ଶିକ୍ଷକ ନାହାନ୍ତି। ପାନୀୟ ଜଳ,ଶୌଚାଳୟ, ସୁରକ୍ଷା ପାଚେରି, ଖେଳ ପଡିଆ ବିଦ୍ୟୁତ୍‌ ସଂଯୋଗ ଆଦି ନାହିଁ। ଓଡ଼ିଶା ଅଙ୍ଗନୱାଡ଼ି କେନ୍ଦ୍ରରେ ସପ୍ତାହକୁ ଦୁଇ ଦିନ ହିସାବରେ ମାସକୁ ୮ଟି ଅଣ୍ଡା ପିଲାଙ୍କୁ ମିଳୁଥିବା ବେଳେ ଆନ୍ଧ୍ର ତା’ର ଅଙ୍ଗନଓ୍ବାଡି କେନ୍ଦ୍ରରେ ପ୍ରତ୍ୟେହ ପିଲାଙ୍କୁ ଗୋଟିଏ ଲେଖାଏ ଅଣ୍ଡା ଓ ୨୦୦ ମିଲି ଗ୍ରାମ କ୍ଷୀର ଦେବା ବ୍ୟବସ୍ଥା କରିଛି।
ଆନ୍ଧ୍ର ସରକାରଙ୍କ ବିଦ୍ୟାଳୟରେ ଶ୍ରେଣୀ ଅନୁପାତରେ ଶିକ୍ଷକ, ବିଦ୍ୟାଳୟ ନ ଥିଲେ ଗ୍ରାମପିଛା ବର୍ଷିକିଆ ଶିକ୍ଷକ ନିଯୁକ୍ତି, ପିଲାଙ୍କ ନାମଲେଖା ମାତ୍ରେ ମା’ଙ୍କ ବ୍ୟାଙ୍କ ଖାତାରେ ଆମ୍ମାଭୋଡି ଯୋଜନାରେ ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ବାର୍ଷିକ ୧୫ ହଜାର ଟଙ୍କା ଓ ଭାସତି ଦେଭେନା ଯୋଜନାରେ ବାର୍ଷିକ ୨୦ ହଜାର ଟଙ୍କା ପ୍ରଥମରୁ ଦ୍ୱାଦଶ ଶ୍ରେଣୀଯାଏ ପ୍ରଦାନ କରୁଛି। ଏନେଇ ନନ୍ଦପୁର ବିଇଓ ଭବାନୀ ନନ୍ଦନ ପଟ୍ଟନାୟକ, ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ସୁବ୍ରତ ପରିଡ଼ା ଓ ସିଡିପିଓ ମିନତିବାଳା ପଟ୍ଟନାୟକଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ସୀମାନ୍ତ ୭ ପଞ୍ଚାୟତ ସହ ବ୍ଲକ ଅଧୀନରେ ଥିବା ବିଦ୍ୟାଳୟ ଓ ଅଙ୍ଗନୱାଡ଼ି କେନ୍ଦ୍ରଗୁଡିକର ଦୂରବସ୍ଥା ସମ୍ପର୍କରେ ବ୍ଲକ, ଜିଲା ଓ ରାଜ୍ୟ ପ୍ରଶାସନକୁ ଅବଗତ କରାଯାଇଛି। ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ଆଗାମୀ ଦିନରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଶିକାରୀ ଗୁଳିରେ ଛେଳି ଚରାଳି ଗୁରୁତର

ପାରଳାଖେମୁଣ୍ଡି,୨୭।୩(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ରାମଗିରି ଥାନା ଅନ୍ତର୍ଗତ ସାନକରଞ୍ଜ ଅଞ୍ଚଳରେ ଏକ ଅଘଟଣ ଘଟିଛି। ଶିକାରୀ ଗୁଳିରେ ଜଣେ ଛେଳି ଚରାଳି ଗୁରୁତର ହୋଇଛନ୍ତି।...

୨ ଯାଆଙ୍କ ମଧ୍ୟରେ ଝଗଡ଼ା: ପାଣିରେ ପଡ଼ି ଜଣଙ୍କର ଚାଲିଗଲା ଜୀବନ

ଏମ୍‌ଭି,୭୯, ୨୭ା୯(ଭିକି ବାରିକ): ଦୁଇ ଯାଆଙ୍କ ମଧ୍ୟରେ ଝଗଡ଼ା ହୋଇ ଠେଲାପେଲା ହେବାରୁ ଦୁହେଁ ଜମିଥିବା ପାଣିରେ ପଡ଼ିଯାଇଥିଲେ। ପାଣିରେ ବୁଡ଼ି ଜଣଙ୍କର ମୃତ୍ୟୁ ହୋଇଥିବା...

ହାତୁଡ଼ିରେ ପିଟି ବାପାଙ୍କୁ ହତ୍ୟା କଲେ ପୁଅ

ଫୁଲବାଣୀ/ଫିରିଙ୍ଗିଆ,୨୭ା୩(ରାକେଶ କୁମାର ରାଉତ/ବିମଳ ଦିଗାଲ): କନ୍ଧମାଳ ଜିଲା ଫିରିଙ୍ଗିଆ ଥାନା ପବିଙ୍ଗିଆ ପଞ୍ଚାୟତ ଲାମପଦର ଗାଁରେ ଏକ ଅଭାବନୀୟ ଘଟଣା ଘଟଛି। ବାପା ଡକେଣା ଦିଗାଲଙ୍କୁ...

ପୁଅ ମୃତ୍ୟୁ ପଛରେ ବାପାଙ୍କ ହାତ: ସାଂଘାତିକ ଅଭିଯୋଗ ଆଣିଲେ ମା’

ଫୁଲବାଣୀ,୨୭।୩(ରାକେଶ କୁମାର ରାଉତ): ଫୁଲବାଣୀ ଟାଉନ ଥାନା ଅନ୍ତର୍ଗତ କେନ୍ଦୁପଦର ସାହିରେ ଜଣେ ନାବାଳକଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଜବତ ହୋଇଛି। ସେ ହେଲେ ଅଭିଜିତ୍‌...

ବିଜେଡିକୁ ଶକ୍ତ ଧକ୍କା: ଅନାସ୍ଥାରେ ପଦ ହରାଇଲେ ସରପଞ୍ଚ

ଥୁଆମୂଳ ରାମପୁର,୨୭।୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ ବିଜେଡିକୁ ଗୋଟେ ପରେ ଗୋଟେ ଶକ୍ତ ଧକ୍କା ଲାଗିଛି। ବିଗତ ଦିନରେ ଥୁଆମୂଳ ରାମପୁର...

ବିକୁଥିଲେ ନକଲି ସିମ୍‌: ଧରିଲା ପୋଲିସ

ପାଟଣା,୨୭ା୩(ବୀର କିଶୋର ଦାଶ): କେନ୍ଦୁଝର ଜିଲା ସାଇବର ପୋଲିସ ଶତାଧିକ ନକଲି ସିମ୍‌ ବିକ୍ରି ଅଭିଯୋଗରେ ଗୁରୁବାର ଜଣେ ଏଜେଣ୍ଟଙ୍କ ସମେତ ୨ ଜଣଙ୍କୁ ଗିରଫ...

ବାଇକ୍‌ ଆଗକୁ ଚାଲିଆସିଲା ବାର୍‌ହା: ବାପ ମୃତ, ପୁଅ ଆହତ

ଛତ୍ରପୁର,୨୭।୩(ଦିଲୀପ ସାମଲ/ସନ୍ତୋଷ ପାଢ଼ୀ): ବାଇକ୍‌ ଯୋଗେ ନିଜ ଗାଁରୁ ସହରକୁ ଆସୁଥିଲେ ବାପା ଓ ପୁଅ । ହଠାତ୍‌ ବାଇକ୍‌ ଆଗରେ ପଶିଗଲା ଏକ ବାର୍‌ହା...

ବିଦ୍ୟାଳୟର ସାମଗ୍ରୀକ ବିକାଶ ଜରୁରୀ: ପ୍ରଗତି ତାଲିମ ଶିବିର ଉଦଯାପିତ

ଦିଗପହଣ୍ଡି,୨୭।୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀ ଙ୍କ କାର୍ଯ୍ୟାଳୟ ପକ୍ଷରୁ ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣରେ ଆୟୋଜିତ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image