Categories: ଜାତୀୟ

ମମତାଙ୍କୁ ପୁଣି ସମାଲୋଚନା କଲେ ପ୍ରଧାନମନ୍ତ୍ରୀ

କୋଲକାତା,୩।୪: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଚାଲିଥିବା ବେଳେ ଭାଜପା ଏବଂ ତୃଣମୂଳ କଂଗ୍ରେସ (ଟିଏମ୍‌ସି) ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିଛି। ୨ଟି ପର୍ଯ୍ୟାୟ ମତଦାନ ଶେଷ ହୋଇଥିବା ବେଳେ ଆଗାମୀ ପର୍ଯ୍ୟାୟ ପ୍ରଚାରକୁ ଜୋରଦାର କରାଯାଉଛି। ଶନିବାର ହୁଗୁଳିରେ ନିର୍ବାଚନ ପ୍ରଚାର ସମୟରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟାର୍ଗେଟ କରିଥିଲେ। ନିର୍ବାଚନ ରାଲିରେ ପ୍ରଧାନମନ୍ତ୍ରୀ କହିଥିଲେ, ପଶ୍ଚିମବଙ୍ଗର ଏକ ସ୍ବତନ୍ତ୍ରତା ରହିଛି। ଭାଷା, ସଂସ୍କୃତି ସମସ୍ତଙ୍କଠାରୁ ଭିନ୍ନ। ଏପରି କି ପଶ୍ଚିମବଙ୍ଗର ମିଠା ଦହିର ସ୍ବାଦିଷ୍ଟତା ଉପରେ କହିବା ସହ ମମତାଙ୍କୁ ଆପଣମାନେ ଏତେ ପିତା କାହିଁକି ବୋଲି ପ୍ରଧାନମନ୍ତ୍ରୀ ମନ୍ତ୍ରୀ ପ୍ରଶ୍ନ କରିଥିଲେ। ଭାଜପା ଉପରେ ଦେଇଥିବା ମମତାଙ୍କ ମନ୍ତବ୍ୟକୁ ପ୍ରଧାନମନ୍ତ୍ରୀ ସମାଲୋଚନା କରିଥିଲେ।

Share