ନୂଆଦିଲ୍ଲୀ/ବାହାନଗା,୩ା୬(ଡି.ଏନ୍.ଏ.): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାଲେଶ୍ବର ଜିଲା ବାହାନଗା ନିକଟରେ ଶୁକ୍ରବାର ଘଟିଥିବା ଟ୍ରେନ୍ ଦୁର୍ଘଟଣାସ୍ଥଳରେ ଶନିବାର ଅପରାହ୍ନରେ ଆସି ପହଞ୍ଚିଛନ୍ତି। ପ୍ରଧାନମନ୍ତ୍ରୀ ନୂଆଦିଲ୍ଲୀରୁ ସ୍ବତନ୍ତ୍ର ବିମାନରେ ପଶ୍ଚିମବଙ୍ଗର ପଶ୍ଚିମ ମେଦିନିପୁର ଜିଲା କଲାଇକୁଣ୍ଡା ଏୟାର ଫୋର୍ସ ଷ୍ଟେଶନରେ ପହଞ୍ଚିଥିଲେ। ସେଠାରୁ ସେ ଏକ ବାୟୁସେନାର ହେଲିକପ୍ଟର ଯୋଗେ ବାହାନଗାରେ ପହଞ୍ଚି ଦୁର୍ଘଟଣାସ୍ଥଳର ସ୍ଥିତି ଅନୁଧ୍ୟାନ କରୁଛନ୍ତି।