Categories: ଜାତୀୟ

ଜନସାଧାରଣଙ୍କୁ ୩ ସଂକଳ୍ପ ମାଗିଲେ ପ୍ରଧାନମନ୍ତ୍ରୀ

ବାରଣାସୀ,୧୩।୧୨: ବାରଣାସୀରେ ବହୁ ପ୍ରତିକ୍ଷୀତ କାଶୀ-ବିଶ୍ୱନାଥ ଧାମ କରିଡରକୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦଘାଟନ କରିଛନ୍ତି। କାର୍ଯ୍ୟକ୍ରମରେ ଯୋଗ ଦେଇ କାଶୀର ଐତିହାସିକ ଗାଥା ବଖାଣିବା ସହ ନୂଆ ପ୍ରକଳ୍ପର ବିଶେଷତ୍ୱ ସମ୍ପର୍କରେ ମତ ପ୍ରକାଶ କରିଥିଲେ। କାଶୀ-ବିଶ୍ୱନାଥ ଧାମ କରିଡର ପ୍ରାଚୀନ ଓ ନୂଆ ଐତିହ୍ୟର ମିଳନସ୍ଥଳ ବୋଲି ମୋଦି କହିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ମୋ ପାଇଁ ଜନସାଧାରଣ ହେଉଛନ୍ତି ଭଗବାନ। ଆଜି ମୁଁ ମୋର ଭଗବାନ (ଲୋକମାନଙ୍କୁ)ଙ୍କୁ ତିନୋଟି ସଂକଳ୍ପ ମାଗୁଛି। ପ୍ରଥମ – ସ୍ବଚ୍ଛତା, ଦ୍ୱିତୀୟ – ସୃଷ୍ଟି ଏବଂ ତୃତୀୟ – ଆତ୍ମନିର୍ଭରଶୀଳ ଭାରତ ପାଇଁ ନିରନ୍ତର ପ୍ରୟାସ। ପ୍ରଧାନମନ୍ତ୍ରୀ କାଶୀ ବିଶ୍ୱନାଥ କରିଡର ନିର୍ମାଣରେ ସହଯୋଗ କରିଥିବା ଶ୍ରମିକମାନଙ୍କ ସହ ମଧ୍ୟାହ୍ନ ଭୋଜନ କରିଥିଲେ। ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ଶ୍ରମିକମାନଙ୍କ ଉପରେ ଫୁଲବର୍ଷା କରିଥିଲେ ଏବଂ ସେମାନଙ୍କ ସହ ଫଟୋ ମଧ୍ୟ ଉଠାଇଥିଲେ।
ସୂଚନାଯୋଗ୍ୟ, ଦେଶ ତଥା ଦେଶ ବାହାରୁ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା ଲକ୍ଷ୍ୟରେ ଏହି ପ୍ରକଳ୍ପ ତିଆରି ହୋଇଛି। ତେବେ ଆଜି ଉଦ୍‌ଘାଟନୀ କାର୍ଯ୍ୟକ୍ରମ ପାଇଁ ଭବ୍ୟ ଆୟୋଜନ କରାଯାଇଥିଲା।

Share