ନୂଆଦିଲ୍ଲୀ,୨୭।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀରେ ‘ପରୀକ୍ଷା ପେ ଚର୍ଚ୍ଚା’ର ଷଷ୍ଠ ସଂସ୍କରଣରେ ଛାତ୍ରୀଛାତ୍ର, ଶିକ୍ଷକ ଏବଂ ଅଭିଭାବକମାନଙ୍କ ସହ ଆଲୋଚନା କରିଛନ୍ତି। ‘ପରୀକ୍ଷା ପେ ଚର୍ଚ୍ଚା’ ଆଲୋଚନା ବେଳେ ପିଏମ ମୋଦି ଚାପମୁକ୍ତ ରହିବାକୁ ଛାତ୍ରୀଛାତ୍ରଙ୍କୁ ପରାମର୍ଶ ଦେଇ କହିଥିଲେ, ତୁମ ପରି ଆମ ରାଜନୈତିକ ଜୀବନରେ ମଧ୍ୟ ଏହାର ପରିଣାମ ବହନ କରିବାକୁ ପଡିବ ବୋଲି କହିଥିଲେ। ନିର୍ବାାଚନର ଉତ୍କୃଷ୍ଟ ଫଳାଫଳ ସବୁବେଳେ ‘ଆହୁରି ଅଧିକ ଉତ୍କୃଷ୍ଟ’ ହେବ ବୋଲି ଆଶା କରାଯାଏ। ତେଣୁ ବ୍ୟସ୍ତ ହୁଅନ୍ତୁ ନାହିଁ, କେବଳ ଚାପମୁକ୍ତ ଏବଂ ଖୁସି ହେବା ସହିତ ନିଜର ସର୍ବଶ୍ରେଷ୍ଠ ଦେବାକୁ ଚେଷ୍ଟା କରନ୍ତୁ।