Categories: ଜାତୀୟ

ସେନାରେ ଯୋଗ ଦେବାକୁ ମହିଳାମାନଙ୍କୁ ଆହ୍ବାନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୪।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ୮୨ତମ ମନ୍‌ କି ବାତ୍‌ କାର୍ଯ୍ୟକ୍ରମରେ ମନର କଥା କହିଛନ୍ତି । ଦେଶରେ ୧୦୦ କୋଟି ଟିକାକରଣର ଆମ ପାଇଁ ଗର୍ବର ବିଷୟ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ଏହାସହ ପ୍ରଧାନମନ୍ତ୍ରୀ ବିର୍ସା ମୁଣ୍ଡାଙ୍କ ଆଦର୍ଶରୁ କିଛି ଶିକ୍ଷା ଗ୍ରହଣ କରିବାକୁ ଯୁବପିଢିଙ୍କୁ ଆହ୍ବାନ କରିଛନ୍ତି । ସେନାରେ ମହିଳାଙ୍କ ଯୋଗଦାନକୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ। କୋବ୍ରା ବାଟାଲିୟନରେ ମହିଳାଙ୍କ ଟ୍ରେନିଂ ଆମକୁ ଆଶ୍ଚର୍ଯ୍ୟ କରିଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ, କେନ୍ଦ୍ରୀୟ ସଶସ୍ତ୍ର ବଳ ସମେତ ଦେଶର ପୋଲିସ ବିଭାଗରେ ମହିଳାଙ୍କ ସଂଖ୍ୟା ଦୁଇଗୁଣରୁ ଅଧିକ ହୋଇଯାଇଛି। ସବୁ କ୍ଷେତ୍ରରେ ଭାରତୀୟ ମହିଳାମାନେ ସେମାନଙ୍କର ପାରଦର୍ଶିତା ପ୍ରଦର୍ଶନ କରୁଛନ୍ତି। ଆଜି ଆମେ ପାଳନ କରୁଥିବା ‘ସଂଯୁକ୍ତ ରାଷ୍ଟ୍ର ଦିବସ’ରେ ମଧ୍ୟ ଭାରତୀୟ ମହିଳାମାନେ ମୁଖ୍ୟ ଭୂମିକା ର୍ନିବାହ କରିଛନ୍ତି। ତେବେ ସେନାରେ ଆଗକୁ ଆହୁରି ମହିଳାମାନେ ଯୋଗଦେବାକୁ ପ୍ରଧାନମନ୍ତ୍ରୀ ଆହ୍ବାନ କରିଛନ୍ତି ।

Share