ଭର୍ଚୁଆଲ ମୋଡ୍‌ରେ ଜଟଣୀରେ ହସ୍ପିଟାଲ ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ

ଖୋର୍ଦ୍ଧା ଅଫିସ,୧୧ା୫: ଖୋର୍ଦ୍ଧା ଜିଲା ଜଟଣୀଠାରେ ଗୁରୁବାର ହୋମି ଭାବା କ୍ୟାନସର ହସ୍ପିଟାଲ ଓ ରିସର୍ଚ୍ଚ ସେଣ୍ଟରର ଭର୍ଚୁଆଲ ମୋଡ୍‌ରେ ଶିଳାନ୍ୟାସ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି କାର୍ଯ୍ୟକ୍ରମରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏବଂ କେନ୍ଦ୍ରମନ୍ତ୍ରୀ ଡ. ଜିତେନ୍ଦ୍ର ସିଂ ମଧ୍ୟ ଉପସ୍ଥିତ ଥିଲେ। ପ୍ରଧାନମନ୍ତ୍ରୀ ଜାତୀୟ ପ୍ରଯୁକ୍ତିବିଦ୍ୟା ଦିବସ ପାଳନ ଅବସରରେ ଏହି ହସ୍ପିଟାଲର ଭର୍ଚୁଆଲ ଉଦ୍‌ଘାଟନ କରିଛନ୍ତି।

୧୯୯୯ରେ ଭାରତୀୟ ବୈଜ୍ଞାନିକ, ଇଞ୍ଜିନିୟର୍‌ ଏବଂ ଟେକ୍ନୋଲୋଜିଷ୍ଟଙ୍କୁ ସମ୍ମାନିତ କରିବା ପାଇଁ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଦ୍ୱାରା ଜାତୀୟ ପ୍ରଯୁକ୍ତିବିଦ୍ୟା ଦିବସ ପାଳନ ଆରମ୍ଭ ହୋଇଥିଲା। ପ୍ରଧାନମନ୍ତ୍ରୀ କହିଛନ୍ତି, ବାଜପେୟୀଙ୍କ କଥା ମୁଁ ଭୁଲିନାହିଁ। ଯେଉଁଦିନ ସେ ଭାରତର ସଫଳ ପରମାଣୁ ପରୀକ୍ଷଣର ଘୋଷଣା କରିଥିଲେ। ଏହି ଦିନକୁ ମନେ ପକାଇବା ପାଇଁ ସେ ଜାତୀୟ ପ୍ରଯୁକ୍ତିବିଦ୍ୟା ଦିବସ ପାଳନ କରୁଛନ୍ତି।

Share