ଆବୁଧାବି ଜାତୀୟ ତୈଳ କମ୍ପାନୀ ଗ୍ରୁପ୍‌ ସିଇଓଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

ଆବୁଧାବି,୧୫ା୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସରକାରୀ ଗସ୍ତରେ ଶନିବାର ଆବୁଧାବିରେ ପହଞ୍ଚିଛନ୍ତି। ତାଙ୍କୁ ବିମାନବନ୍ଦରରେ ଆବୁଧାବିର କ୍ରାଉନ ପ୍ରିନ୍ସ ଶେଖ ଖାଲିଦ ବିନ ମହମ୍ମଦ ବିନ ଜାଏଦ ସ୍ବାଗତ କରିଥିଲେ। ଆବୁଧାବିରେ ପହଞ୍ଚିବା ପରେ ମୋଦି ୟୁଏଇର ଚେୟାରମ୍ୟାନ ତଥା ଆବୁଧାବି ଜାତୀୟ ତୈଳ କମ୍ପାନୀର ଗ୍ରୁପ ସିଇଓଙ୍କୁ ଭେଟିଛନ୍ତି।

ଆବୁଧାବିରେ ପହଞ୍ଚିବା ପରେ ମୋଦି ସିଓପି ୨୮ ୟୁଏଇର ଚେୟାରମ୍ୟାନ ତଥା ଆବୁଧାବି ଜାତୀୟ ତୈଳ କମ୍ପାନୀର ଗ୍ରୁପ ସିଇଓ ଡ. ସୁଲତାନ ଅଲ ଜାବେରଙ୍କ ସହ ଏକ ବୈଠକ କରିଥିଲେ। ଏହି ବୈଠକରେ ଡକ୍ଟର ଜାବେର ପ୍ରଧାନମନ୍ତ୍ରୀଙ୍କୁ ଆଗାମୀ ସିଓପି-୨୮ ବିଷୟରେ ସୂଚନା ଦେଇଛନ୍ତି। ଏଥିସହ ୟୁଏଇର ସିଓପି-୨୮ର ଅଧ୍ୟକ୍ଷତା ପାଇଁ ପ୍ରଧାନମନ୍ତ୍ରୀ ଭାରତର ସମ୍ପୂର୍ଣ୍ଣ ସମର୍ଥନ ନିଶ୍ଚିତ କରିଛନ୍ତି। ଜଳବାୟୁ ପରିବର୍ତ୍ତନ ମୁକାବିଲା ପାଇଁ ଭାରତର ପ୍ରୟାସ ଏବଂ ପଦକ୍ଷେପ ଉପରେ ପ୍ରଧାନମନ୍ତ୍ରୀ ମଧ୍ୟ ଆଲୋକପାତ କରିଛନ୍ତି।

Share