ଡରିଗଲେ ଇସ୍ରାଏଲ ପ୍ରଧାନମନ୍ତ୍ରୀ

ଜେରୁଜେଲମ,୧୦।୧୧: ଇସ୍ରାଏଲ ଓ ହମାସ ମଧ୍ୟରେ ଯୁଦ୍ଧ ଲାଗି ରହିଛି। ଦିନକୁ ଦିନ ଏହା ଆହୁରି ଉଗ୍ର ହେବାରେ ଲାଗିଛି। ଏହାରି ଭିତରେ ଇସ୍ରାଏଲକୁ ସବୁବେଳେ ସମର୍ଥନ ଦେଇଆସିଥିବା ଆମେରିକା କହିଛି ଯେ ଯୁଦ୍ଧ ପରେ ଯଦି ଇସ୍ରାଏଲ ଗାଜାକୁ କାବୁ କରେ ତେବେ ସେ ଏହାକୁ ବିରୋଧ କରିବ। ଏହା ଶୁଣି ଭୟଭୀତ ହୋଇପଡିଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ। ସେ ନିଜ ସ୍ବର ବଦଳାଇ କହିଛନ୍ତି, ତାଙ୍କ ଦେଶ ଗାଜା ଦଖଲ କରିବାକୁ, ପରିଚାଳନା କରିବାକୁ କିମ୍ବା ଜୟ କରିବାକୁ ଚାହୁଁନାହିଁ। ଗାଜାରେ ଏକ ବିଶ୍ୱସନୀୟ ଶକ୍ତି ଆବଶ୍ୟକ ହେବ।
ସୂଚନାଯୋଗ୍ୟ, ଅକ୍ଟୋବର ୭ରୁ ହମାସ ଓ ଇସ୍ରାଏଲ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଏହି ଯୁଦ୍ଧରେ ଇସ୍ରାଏଲର ୧୪୦୦ ଲୋକ ପ୍ରାଣ ହରାଇଥିଲେ। ସେହିପରି ଅନେକ ଆହତ ହୋଇଥିଲେ। ସେହିପରି ଇସ୍ରାଏଲର ଆକ୍ରମଣରେ ଗାଜାର ବର୍ତ୍ତମାନ ସୁଦ୍ଧା ୧୦ ହଜାରୁର ଅଧିକ ଲୋକଙ୍କ ଜୀବନ ଯାଇଥିବା ହମାସ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ କହିଛି।

Share