ନିଜର ଯନ୍ତ୍ରଣା ପ୍ରକାଶ କଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ

ଇସଲାମାବାଦ,୧୩।୮: ଆଫଗାନିସ୍ତାନରେ ତାଲିବାନ ତା’ର ଆଧିପତ୍ୟ ବିସ୍ତାର କରି ଚାଲିଛି। ଗୋଟିଏ ପରେ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ସହରକୁ ଦଖଲ କରି ଏବେ ସଂଗଠନ ରାଜଧାନୀ କାବୁଲ ଅଭିମୁଖେ ମାଡି ଚାଲିଛି। ଶୁକ୍ରବାର ତାଲିବାନ ଆଫଗାନିସ୍ତାନର ଦ୍ୱିତୀୟ ବଡ ସହର କାନ୍ଦାହାର ଦଖଲ କରି ନେଇଛି। ତେବେ ଆଫଗାନିସ୍ତାନରେ ଚାଲିଥିବା ଏହି ଲଢେଇ ଉପରେ ନିଜର ଯନ୍ତ୍ରଣା ପ୍ରକାଶ କରିିଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ। ଇସଲାମାବାଦରେ ବିଦେଶୀ ଖବରଦାତାଙ୍କ ସହ କଥାବାର୍ତ୍ତା କରୁଥିବା ସମୟରେ ସେ ନିଜର ଯନ୍ତ୍ରଣା ପ୍ରକାଶ କରିଥିଲେ। ଆମେରିକା ଉପରେ କଟାକ୍ଷ କରି ସେ କହିଛନ୍ତି, ୱାଶିଂଟନ ଆଫଗାନିସ୍ତାନରେ ୨୦ ବର୍ଷର ଯୁଦ୍ଧରେ ପାକିସ୍ତାନକୁ ବ୍ୟବହାର କରୁଥିବାର ଦେଖେ ଏବଂ ଯେତେବେଳେ ରଣନୀତିକ ସହଭାଗୀତା କଥା ଆସେ ଆମେରିକା ଭାରତକୁ ପସନ୍ଦ କରେ। ସେ କହିଛନ୍ତି, ଆଫଗାନିସ୍ତାନରେ ବ୍ୟାପିଥିବା ବିଶୃଙ୍ଖଳାକୁ ସଫା କରିବା ପାଇଁ ଆମେରିକା ପାକିସ୍ତାନକୁ ଲାଭଦାୟକ ବୋଲି ବିବେଚନା କରେ। ମୁଁ ଭାବୁଛି ଆମେରିକୀୟମାନେ ନିଷ୍ପତ୍ତି ନେଇଛନ୍ତି ଯେ ସେମାନଙ୍କର ରଣନୀତିକ ସହଯୋଗୀ ଏବେ ଭାରତ ଏବଂ ସେଥିପାଇଁ ସେମାନେ ପାକିସ୍ତାନକୁ ଭିନ୍ନ ଭାବରେ ବ୍ୟବହାର କରୁଛନ୍ତି ବୋଲି ଇମ୍ରାନ କହିଛନ୍ତି।

Share