ଭାରତକୁ ନେଇ ଏମିତି ଭୁଲ୍‌ କଥା କହିଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ, ଏବେ ହେଉଛନ୍ତି ଟ୍ରୋଲ୍‌

ଇସଲାମାବାଦ,୫ା୮: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଭାରତର ଜନସଂଖ୍ୟାକୁ ନେଇ ଭୁଲ ତଥ୍ୟ ଦେଇଛନ୍ତି। ଯାହା ପରେ ସୋସିଆଲ ମିଡିଆରେ ଏହା ଖୁବ୍‌ ଭାଇରାଲ ହେଉଛି। ଇମ୍ରାନ ନିଜର ଏକ ଭିଡିଓରେ ଭାରତର ଜନସଂଖ୍ୟା ୧ ବିଲିୟନ ୩୦୦ କୋଟି କହିଛନ୍ତି। ଯାହା ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଭିଡିଓରେ ଓ୍ବାଲର୍‌ଡ ଚାମ୍ପିୟନଶିପ୍‌କୁ ନେଇ କଥାବାର୍ତ୍ତା କରୁଥିବା ନଜର ଆସିଛନ୍ତି।

ପାକିସ୍ତାନ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ଥିବା ଇମ୍ରାନ ଖାନ୍‌ ଏହି ଭିଡିଓରେ କହିଛନ୍ତି, ଦିନିକିଆ କ୍ରିକେଟ ବ୍ୟତୀତ ଆଜିକାଲି ଏକ ବିଶ୍ୱକପ୍‌ ଟେଷ୍ଟ କ୍ରିକେଟ ମଧ୍ୟ ଅଛି। ଏହି ବିଶ୍ୱ ଟେଷ୍ଟ ଚାମ୍ପିଅନଶିପ୍‌ ଫାଇନାଲରେ ନ୍ୟୁଜିଲ୍ୟାଣ୍ଡ, ଯାହାର ଜନସଂଖ୍ୟା ମାତ୍ର ୪୦-୫୦ଲକ୍ଷ, ୧ ବିଲିୟନ ୩୦୦ ନିୟୁତ ଜନସଂଖ୍ୟା ବିଶିଷ୍ଟ ଭାରତକୁ ପରାସ୍ତ କରିଛି।

ଏହି ଭିଡିଓ ସାମ୍ନାକୁ ଆସିବା ପରେ ଇମ୍ରାନଙ୍କୁ ତାଙ୍କ ଗଣିତ ପାଇଁ ଜମେଇ କି ଟ୍ରୋଲ କରାଯାଉଛି। ଜଣେ ୟୁଜର କହିଛନ୍ତି, ଭୂଗୋଳ, ଇତିହାସ ଏବଂ ବର୍ତ୍ତମାନ ଗଣିତ ପ୍ରଧାନମନ୍ତ୍ରୀ ଇମ୍ରାନଙ୍କ ପାଇଁ ସବୁଠୁ ଖରାପ ସାବ୍ୟସ୍ତ ହୋଇଛି। ବୋଧହୁଏ ତାଙ୍କର ରସାୟନ ବିଜ୍ଞାନ ଭଲ ହେଉଥିଲା।

Share