ପାକିସ୍ତାନ-ବାଂଲାଦେଶ ବିରୋଧରେ ବଡ ବୟାନ ଦେଲେ ନେଦରଲ୍ୟାଣ୍ଡ ପ୍ରଧାନମନ୍ତ୍ରୀ ହିନ୍ଦୁଙ୍କୁ କଲେ ସମର୍ଥନ

ଆମଷ୍ଟରଡମ,୧୮।୧୨: ଧୁର ଦକ୍ଷିଣପନ୍ଥୀ ତଥା ଇସଲାମ ବିରୋଧୀ ନେତା ଗିର୍ଟ ୱିଲଡର୍ସ ନେଦରଲ୍ୟାଣ୍ଡର ନୂଆ ପ୍ରଧାନମନ୍ତ୍ରୀ ହୋଇଛନ୍ତି। ନେଦରଲ୍ୟାଣ୍ଡର ସାଧାରଣ ନିର୍ବାଚନରେ ଏକ ବଡ଼ ବିଜୟ ହାସଲ କରିବା ପରେ ୱିଲଡର୍ସ ସମଗ୍ର ବିଶ୍ୱରୁ ଅଭିନନ୍ଦନ ବାର୍ତ୍ତା ଗ୍ରହଣ କରୁଛନ୍ତି। ଯେଉଁଥିପାଇଁ ୱିଲଡର୍ସ ତାଙ୍କ ଅଫିସିଆଲ ‘ଏକ୍ସ’ ଆକାଉଣ୍ଟରେ ପୋଷ୍ଟ କରି ତାଙ୍କର ସମସ୍ତ ବନ୍ଧୁଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏହି ସମୟରେ ସେ ହିନ୍ଦୁମାନଙ୍କ ବିଷୟରେ ମଧ୍ୟ ଏକ ବଡ଼ ବୟାନ ଦେଇଛନ୍ତି।

ଗିର୍ଟ ୱିଲଡର୍ସ ‘ଏକ୍ସ’ରେ ଲେଖିଛନ୍ତି, ଭାରତରୁ ଅନେକ ବାର୍ତ୍ତା ଆସିଛି। ମୁଁ ସେହି ହିନ୍ଦୁମାନଙ୍କୁ ସମର୍ଥନ କରିବି, ଯେଉଁମାନେ ହିନ୍ଦୁ ହୋଇଥିବାରୁ ବାଂଲାଦେଶ, ପାକିସ୍ତାନରେ ସେମାନଙ୍କୁ ଆକ୍ରମଣ କିମ୍ବା ହତ୍ୟା କରାଯିବ ବୋଲି ଧମକ ଦିଆଯାଉଛି।
ନେଦରଲ୍ୟାଣ୍ଡର ପ୍ରଧାନମନ୍ତ୍ରୀ ମଧ୍ୟ ତାଙ୍କ ପୋଷ୍ଟରେ # ଇଣ୍ଡିଆ ବ୍ୟବହାର କରିଛନ୍ତି। ସୂଚନାଯୋଗ୍ୟ, ନିକଟରେ ସେ ‘କୁରାନ ଉପରେ ପ୍ରତିବନ୍ଧକ’ ଏବଂ ‘ମୁସଲମାନମାନେ ଦ୍ୱିତୀୟ ଶ୍ରେଣୀର ନାଗରିକ’ ଭଳି ବିବାଦୀୟ ବୟାନ ଦେଇଛନ୍ତି। ଏହାପୂର୍ବରୁ ଗତ ବର୍ଷ ମେ’ରେ ଭାରତରେ ପୌଗମ୍ବର ମହମ୍ମଦଙ୍କ ଉପରେ ବିତର୍କ ସମୟରେ ନୁପୁର ଶର୍ମାଙ୍କୁ ସମର୍ଥନ କରି ସେ ହେଡଲାଇନରେ ଆସିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରମିକଙ୍କ ଠାରୁ କମ୍‌ ଦରମା ପାଉଛନ୍ତି ପାକିସ୍ତାନୀ ଖେଳାଳି, ଚମକାଇଲା ରିପୋର୍ଟ

ଇସଲାମବାଦ,୧୮।୩: ଯେବେଠୁ ପାକିସ୍ତାନ କ୍ରିକେଟ ବୋର୍ଡ ଚାମ୍ପିଅନ୍ସ ଟ୍ରଫି ଆୟୋଜନ କରିଛି, ସେବେଠାରୁ ଏହାର ଅବସ୍ଥା ଖରାପରୁ ଆହୁରି ଖରାପ ହୋଇଯାଇଛି। ଏଥିପାଇଁ ଖେଳାଳିଙ୍କ ଦରମା...

ସୁନୀତାଙ୍କୁ ନାସା ପକ୍ଷରୁ ମିଳିବ କେତେ ଟଙ୍କା କ୍ଷତିପୂରଣ, ଅନ୍ୟସବୁ ସୁବିଧା ବିଷୟରେ ବି ଜାଣନ୍ତୁ…

ଓ୍ବାଶିଂଟନ୍‌,୧୮।୩: ଫେରୁଛନ୍ତି ସୁନୀତା ଓ୍ବିଲିୟମ୍ସ। ନାସାର ମହାକାଶଚାରୀ ସୁନୀତା ୱିଲିୟମ୍ସ ଏବଂ ବୁଚ ୱିଲମୋର ୮ ଦିନିଆ ମିଶନରେ ଅନ୍ତର୍ଜାତୀୟ ସ୍ପେସ ଷ୍ଟେସନ (ଆଇଏସଏସ)କୁ ଯାଇଥିଲେ,...

Sunita Williams Returns: ସମୁଦ୍ରରେ ଖସିଯିବେ ସୁନୀତା, କାରଣ ଜାଣିଲେ…

ନୂଆଦିଲ୍ଲୀ,୧୮।୩: ନାସା ମହାକାଶଚାରୀ ସୁନୀତା ୱିଲିୟମ୍ସ ପୃଥିବୀକୁ ତାଙ୍କ ପ୍ରତ୍ୟାବର୍ତ୍ତନ ଯାତ୍ରାରେ ବାହାରି ଯାଇଛନ୍ତି। ଏହି ଅବସରରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ହୃଦୟସ୍ପର୍ଶୀ ଚିଠି...

କିଛି ଛାଡିଲେନି, ଚାଇନା କଲ ସେଣ୍ଟରରୁ ଲୁଟିନେଲେ ପାକିସ୍ତାନୀ

ଇସଲାମାବାଦ,୧୮।୩: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଏକ ନକଲି କଲ ସେଣ୍ଟର ଚାଲିଥିଲା। ପାକିସ୍ତାନୀ ଅଧିକାରୀମାନେ ଏହା ବିଷୟରେ ଜାଣିବାକୁ ପାଇଲେ। ଏହା ପରେ, ପାକିସ୍ତାନର ଫେଡେରାଲ...

ବାଂଲାଦେଶରେ ହିନ୍ଦୁମାନଙ୍କ ଉପରେ ଅତ୍ୟାଚାରର ପର୍ଦ୍ଦାଫାସ କଲେ ତୁଳସୀ, ରାଗିଗଲେ ୟୁନୁସ ସରକାର

ଢାକା,୧୮।୩: ସଂଖ୍ୟାଲଘୁ ସମ୍ପ୍ରଦାୟ ଉପରେ ହେଉଥିବା ନିର୍ଯ୍ୟାତନା ସମ୍ପର୍କରେ ଆମେରିକାର ଜାତୀୟ ଗୁପ୍ତଚର ନିର୍ଦ୍ଦେଶକ ତୁଲସୀ ଗବାର୍ଡଙ୍କ ମନ୍ତବ୍ୟକୁ ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାର ପ୍ରତ୍ୟାଖ୍ୟାନ କରିଛି।...

ସୁନୀତାଙ୍କ ଲ୍ୟାଣ୍ଡିଂ ସମୟରେ ବଡ଼ ବିପଦ, ପୃଥିବୀର ନିକଟତର ହେଲେ ଭସ୍ମ ହୋଇଯିବ ସ୍ପେସକ୍ରାଫ୍ଟ!

ନୂଆଦିଲ୍ଲୀ,୧୮।୩: ନାସାର ମହାକାଶଚାରୀ ସୁନୀତା ୱିଲିୟମ୍ସଙ୍କୁ ନେଇ ମହାକାଶଯାନ ପୃଥିବୀ ଅଭିମୁଖେ ଯାତ୍ରା କରିଛି। କିନ୍ତୁ ସୁନୀତାଙ୍କ ଅବତରଣ ସହଜ ହେବ ନାହିଁ ବୋଲି ମଧ୍ୟ...

ମହାକାଶରୁ ଫେରିବା ପରେ ଶିଶୁଙ୍କ ପରି କାହିଁକି ଚାଲନ୍ତି ମହାକାଶଚାରୀ, କାରଣ ଜାଣିଲେ ତାଜୁବ ହେବେ

ଆମେରିକୀୟ ମହାକାଶ ସଂସ୍ଥା ନାସା କହିଛି ଯେ ନଅ ମାସରୁ ଅଧିକ ସମୟ ଧରି ଅନ୍ତର୍ଜାତୀୟ ମହାକାଶ ଷ୍ଟେସନରେ ଫସି ରହିଥିବା ସୁନୀତା ୱିଲିୟମ୍ସ ଏବଂ...

Sunita Williams Return: ସୁନୀତା ୱିଲିୟମ୍ସଙ୍କ ପୃଥିବୀକୁ ଫେରିବାର ଲାଇଭ ଷ୍ଟ୍ରିମିଂ କେବେ ଏବଂ କେଉଁଠି ଦେଖିପାରିବେ; ଜାଣନ୍ତୁ

ଓ୍ବାଶିଂଟନ୍‌,୧୮।୩: ନାସାର ମହାକାଶଚାରୀ ସୁନୀତା ୱିଲିୟମ୍ସ ଏବଂ ବୁଚ ୱିଲମୋର ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରରେ ମହାକାଶରେ ୯ ମାସ ବିତାଇବା ପରେ ଶେଷରେ ପୃଥିବୀକୁ ଫେରିବାକୁ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image