Categories: ଜାତୀୟ

ପ୍ରଧାନମନ୍ତ୍ରୀ ପୂରା ଦେଶର, ଏଥିପାଇଁ ଚିନ୍ତିତ ଥିଲି:ପ୍ରିୟଙ୍କା

ନୂଆଦିଲ୍ଲୀ,୧୦।୧: ପଞ୍ଜାବ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁରକ୍ଷା ତ୍ରୁଟିକୁ ନେଇ ରାଜନୀତି ଥମିବାର ନାଁ ନେଉନାହିଁ। ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ସମ୍ପର୍କରେ ସୂଚନା ପଞ୍ଜାବର ମୁଖ୍ୟମନ୍ତ୍ରୀ ଚରଣଜିତ ଚନ୍ନି ପ୍ରିୟଙ୍କାଙ୍କ ସହ ଶେୟାର କରିଥିଲେ। ଏହା ଉପରେ ଭାଜପା ଦୃଢ ଆପତ୍ତି ଉଠାଇଛି। ଏହା ପରେ ପ୍ରିୟଙ୍କା ଗାନ୍ଧୀ ସୋମବାର ଏକ ସାକ୍ଷାତକାରରେ ଏହା ସ୍ପଷ୍ଟ କରିଛନ୍ତି। ପ୍ରିୟଙ୍କା କହିଛନ୍ତି ଯେ, ନରେନ୍ଦ୍ର ମୋଦି ହେଉଛନ୍ତି ଦେଶର ପ୍ରଧାନମନ୍ତ୍ରୀ। ଆମେ ତାଙ୍କ ବିଷୟରେ ଚିନ୍ତା କରୁଛୁ। ଏହି କାରଣରୁ ମୁଁ ମୁଖ୍ୟମନ୍ତ୍ରୀ ଚନ୍ନିଙ୍କ ଠାରୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ସୁରକ୍ଷା ବିଷୟରେ ସୂଚନା ନେଇଥିଲି। ଏହା ଉପରେ କୌଣସି ରାଜନୀତି ହେବା ଉଚିତ୍‌ ନୁହେଁ।
ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ପଞ୍ଜାବରେ ପ୍ରଧାନମନ୍ତ୍ରୀଙ୍କ ପାଇଁ କୌଣସି ବିପଦ ନାହିଁ ବୋଲି ପଞ୍ଜାବର ମୁଖ୍ୟମନ୍ତ୍ରୀ ଚନ୍ନି କହିଛନ୍ତି। ସେ ସମ୍ପୂର୍ଣ୍ଣ ସୁରକ୍ଷିତ ଥିଲେ। ଏହି ପରିପ୍ରେକ୍ଷୀରେ ମୁଁ ପ୍ରିୟଙ୍କା ଗାନ୍ଧୀଙ୍କ ସହ କଥା ହୋଇ ତାଙ୍କୁ ଏହି ବିଷୟରେ ଜଣାଇଲି। ଚନ୍ନିଙ୍କ ଏହି ବିବୃତ୍ତି ଉପରେ ଭାଜପା କଂଗ୍ରେସ ଏବଂ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରିଛି।

Share