ବିଜୁବାବୁଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର,୬ା୩(ବ୍ୟୁରୋ): ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟୁଇଟ୍‌ କରି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ସେ କହିଛନ୍ତି ଯେ ବିଜୁବାବୁଙ୍କର ଭବିଷ୍ୟତ ଦେଶ ଗଠନ ଲକ୍ଷ୍ୟ, ମାନବ ସଶକ୍ତୀକରଣ ଏବଂ ସାମାଜିକ ନ୍ୟାୟ ଆମ ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇଛି। ଓଡ଼ିଶା ବିକାଶରେ ତାଙ୍କର ଉଦ୍ୟମ ପାଇଁ ଦେଶ ଗର୍ବିତ। ଘରେ ଘରେ ପରିଚିତ ଥିବା ବିଜୁବାବୁଙ୍କ ଜୟନ୍ତୀକୁ ଓଡ଼ିଶା ସରକାର ସାରା ରାଜ୍ୟରେ ପଞ୍ଚାୟତିରାଜ ଦିବସ ଓ ଲୋକସେବା ଦିବସ ଭାବେ ପାଳନ କରୁଛନ୍ତି। ଉକ୍ତ ଦିବସକୁ ସରକାରୀ ଛୁଟି ଦିବସ ଭାବେ ଘୋଷଣା କରି ଏହି ମହାନ୍‌ ଜନନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି। ବିଜୁବାବୁ ଜଣେ ସାହସୀ ବିମାନ ଚାଳକ ଥିଲେ। ଇଣ୍ଡୋନେସିଆର ସ୍ବାଧୀନତା ସଂଗ୍ରାମ ଏବଂ କଶ୍ମୀର ଯୁଦ୍ଧ ସମୟରେ ସଂଗ୍ରାମୀଙ୍କୁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ନେବାରେ ସେ ସାହସିକତାର ପ୍ରମାଣ ଦେଇଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

Share