Categories: ଜାତୀୟ

ତୀର ମାରି ରାବଣ ଦହନ କଲେ ପ୍ରଧାନମନ୍ତ୍ରୀ-ରାଷ୍ଟ୍ରପତି

ନୂଆଦିଲ୍ଲୀ,୧୨।୧୦: ଦିଲ୍ଲୀର ମାଧବ ଦାସ ପାର୍କରେ ରାବଣ ପୋଡି ଆୟୋଜିତ ହୋଇଯାଇଛି। ଏହି ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତି ରାମ ଲକ୍ଷ୍ମଣ ବେଶରେ ଥିବା କଳାକାରଙ୍କୁ ପୂଜା କରିବା ସହ ମଞ୍ଚ ଉପରୁ ତୀର ମାରି ଅହଙ୍କାର ରୂପୀ ରାବଣର ପ୍ରତିମୂର୍ତ୍ତିରେ ଅଗ୍ନି ସଂଯୋଗ କରିଥିଲେ ।

ରାବଣ ପୋଡି ଦେଖିବାକୁ ପ୍ରବଳ ଭିଡ ଦେଖିବାକୁ ମଳିଛି । ହିନ୍ଦୁଧର୍ମରେ ରାବଣକୁ ଅହଙ୍କାରର ପ୍ରତୀକ ଭାବେ ଦର୍ଶାଯାଇଛି । ବିଜୟା ଦଶମୀରେ ରାବଣ ଦହନ କରି ନିଜ ଭିତରେ ଥିବା ଅହଙ୍କାରକୁ ମାରିବା ପାଇଁ ବାର୍ତ୍ତା ଦିଆଯାଇଛି ।

Share