କନ୍ଧମାଳ ଗସ୍ତ ପୂର୍ବରୁ ପୁଣି ଟୁଇଟ୍‌ କଲେ ପ୍ରଧାନମନ୍ତ୍ରୀ, କହିଲେ ଏଥର ନିର୍ବାଚନରେ…

ଭୁବନେଶ୍ୱର,୧୧।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି। ଏହି ପରିପ୍ରେକ୍ଷୀରେ ଶନିବାର ପ୍ରଧାନମନ୍ତ୍ରୀ ଓଡ଼ିଶାର ୩ ଜିଲା ଫୁଲବାଣୀ, ବଲାଙ୍ଗୀର ଏବଂ ବରଗଡ଼ରେ ନିର୍ବାଚନୀ ପ୍ରଚାର କରିବେ। ଏନେଇ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ତେବେ କନ୍ଧମାଳ ଗସ୍ତ ପୂର୍ବରୁ ପୁଣି ପ୍ରଧାନମନ୍ତ୍ରୀ ମୋଦି ଟୁଇଟ୍‌ କରିଛନ୍ତି। ସେ ଟୁଇଟ୍‌ କରି କହିଛନ୍ତି, ଏଥର ନିର୍ବାଚନରେ ଓଡ଼ିଶା ଇତିହାସ ରଚିବ ।

ଭୁବନେଶ୍ବରରୁ କନ୍ଧମାଳ ଅଭିମୁଖେ ଯାଉଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ବାୟୁସେନାର ସ୍ବତନ୍ତ୍ର MI-17 ହେଲିକପ୍ଟର ଯୋଗେ କନ୍ଧମାଳ ଅଭିମୁଖେ ଯାତ୍ରା କରିଛନ୍ତି। ଫୁଲବାଣୀରେ ଆୟୋଜିତ ବିଜୟ ସଂକଳ୍ପ ସମାବେଶରେ ଯୋଗଦେବେ। ପରେ ପରେ ଆଉ ୨ଟି ଜନସଭାକୁ ସମ୍ବୋଧିତ କରିବେ।

Share