ଆସନ୍ତାକାଲି ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ, ଏହି ସବୁ ଜିଲାକୁ କରିବେ ଗସ୍ତ

ଭୁବନେଶ୍ୱର,୪।୫: ରବିବାର ରାତିରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କାଲି ରାତି ସାଢ଼େ ୯ଟାରେ ଭୁବନେଶ୍ବରରେ ପହଞ୍ଚିବେ। ଏଥିସହ ଭୁବନେଶ୍ବରରେ ମଧ୍ୟ ରାତ୍ରୀଯାପନ କରିବେ ବୋଲି ଜଣାପଡିଛି। ସୋମବାର ବ୍ରହ୍ମପୁର ଏବଂ ନବରଙ୍ଗପୁରରେ ଏକ ସଭାକୁ ପ୍ରଧାନମନ୍ତ୍ରୀ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଛି। ଏନେଇ ରାଜ୍ୟ ଭାଜପା ଉପସଭାପତି ଗୋଲକ ମହାପାତ୍ର ସୂଚନା ଦେଇଛନ୍ତି।

ଅନ୍ୟପଟେ ଆଜି ଓଡ଼ିଶାରେ ପହଞ୍ଚିଛନ୍ତି ବୈଦେଶିକ ମନ୍ତ୍ରୀ ଏସ୍‌. ଜୟଶଙ୍କର। ସେହିପରି ଭାଜପା ଅଧ୍ୟକ୍ଷ ଜେପି ନଡ୍ଡା ମଧ୍ୟ ଆସନ୍ତାକାଲି ଓଡ଼ିଶା ଆସବାର କାର୍ଯ୍ୟକ୍ରମ ରହିଛି।

Share