ନୂଆଦିଲ୍ଲୀ/ଭୁବନେଶ୍ୱର,୩।୬(ବ୍ୟରୋ): ବାଲେଶ୍ୱର ଜିଲା ବାହାନଗା ଷ୍ଟେଶନ ନିକଟରେ ଶୁକ୍ରବାର ସନ୍ଧ୍ୟାରେ ଘଟିଥିବା ଭୟଙ୍କର ଟ୍ରେନ ଦୁର୍ଘଟଣାକୁ ନେଇ ଚାରିଆଡେ ଶୋକର ଛାୟା ଖେଳିଯାଇଛି। ତେବେ ଶନିବାର ସନ୍ଧ୍ୟାରେ ଦୁର୍ଘଟଣାସ୍ଥଳକୁ ଆସିପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଘଟଣାସ୍ଥଳ ପରିଦର୍ଶନ ପରେ କଟକ ଏସ୍ସିବି ମେଡିକାଲରେ ଆହତଙ୍କୁ ଭେଟିବେ ବୋଲି ସୂଚନା ରହିଛି।
ଟ୍ରେନ ଦୁର୍ଘଟଣାରେ ଏଯାବତ୍ ୨୮୮ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୯୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ବର୍ତ୍ତମାନ ଉଦ୍ଧାର କାର୍ଯ୍ୟ ଚାଲିଥିବା ବେଳେ ଆଗକୁ ମଧ୍ୟ ମୃତ୍ୟୁସଂଖ୍ୟା ବଢିବା ଆଶଙ୍କା କରାଯାଉଛି।