Categories: ଜାତୀୟ

ଓମିକ୍ରନକୁ ନେଇ ସମୀକ୍ଷା ବୈଠକ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୩।୧୨: କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ଏବେ ଦେଶରେ ଚିନ୍ତା ବଢାଇଛି। ପ୍ରତିଦିନ ନୂଆ ନୂଆ ମାମଲା ସାମ୍ନାକୁ ଆସୁଛି । ଦେଶରେ ସଂକ୍ରମିତଙ୍କ ସଂଖ୍ୟା ଦୁଇଶହ ପାର କରିସାରିଲଣି। ଏ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଏକ ସମୀକ୍ଷା ବୈଠକ କରିବେ।

କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ମଙ୍ଗଳବାର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ଆଲର୍ଟ ରହିବାକୁ କହିଥିଲେ । ଓମିକ୍ରନ ଭାରିଆଣ୍ଟ ଡେଲଟା ଭାରିଆଣ୍ଟଠୁ ତିନିଗୁଣା ସଂକ୍ରାମକ ବୋଲି ଏମ୍ସ ନିର୍ଦ୍ଦେଶକ ଡାକ୍ତର ରଣଦୀପ ଗୁଲେରିଆ କହିଥିଲେ । ଆହୁରି ମଧ୍ୟ କହିଛନ୍ତି, ନିଜକୁ ସୁରକ୍ଷିତ ରଖିବାକୁ ହେଲେ ଟିକାକରଣ ଏବଂ କରୋନା ନିୟମ ମାନିବାକୁ ପଡିବ।

Share