Posted inଜାତୀୟ

ବାତ୍ୟା ୟାସ୍‌ ପରବର୍ତ୍ତୀ ସ୍ଥିତି: ଆଜି ଆକାଶମାର୍ଗରୁ ଦେଖିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, ୨୮ା୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଓଡ଼ିଶା ଓ ପଶ୍ଚିମବଙ୍ଗ ଗସ୍ତ କରି ବାତ୍ୟା ୟାସ୍‌ ପରବର୍ତ୍ତୀ ସ୍ଥିତି ଓ କ୍ଷୟକ୍ଷତିର ସମୀକ୍ଷା କରିବେ। ବୁଧବାର ସାମୁଦ୍ରିକ ଝଡ଼ ଓଡ଼ିଶା ଉପକୂଳରେ ମାଡ଼ କରିବା ସହ ଉଭୟ ରାଜ୍ୟରେ ବ୍ୟାପକ କ୍ଷୟକ୍ଷତି କରିଥିଲା। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ସୂଚନା ଅନୁଯାୟୀ ମୋଦି ଶୁକ୍ରବାର ଭୁବନେଶ୍ୱରରେ ବିମାନରୁ ଅବତରଣ କରି ଏକ ସମୀକ୍ଷା ବୈଠକରେ ଯୋଗଦେବେ। ଏହା ପରେ ସେ ବାଲେଶ୍ୱର ଓ ଭଦ୍ରକ ଜିଲାର କ୍ଷୟକ୍ଷତି ଆକାଶମାର୍ଗରୁ ଅନୁଧ୍ୟାନ କରିବେ। ପଶ୍ଚିମବଙ୍ଗର ପୂର୍ବ ମେଦିନିପୁର ଜିଲା ବାତ୍ୟାଞ୍ଚଳ ଆକାଶମାର୍ଗରୁ ଦେଖିବା ସହ ସେଠାରେ ଅନ୍ୟ ଏକ ସମୀକ୍ଷା ବୈଠକ କରିବେ। ଗୁରୁବାର ପ୍ରଧାନମନ୍ତ୍ରୀ ତାଙ୍କ ପ୍ରମୁଖ ସଚିବ, କ୍ୟାବିନେଟ ସଚିବ, ସ୍ବରାଷ୍ଟ୍ର ସଚିବ, ଶକ୍ତି ସଚିବ, ଟେଲିକମ୍‌ ସଚିବ ଏବଂ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ଡିଜିଙ୍କ ସହ ବାତ୍ୟା ପ୍ରଭାବ ସମ୍ପର୍କରେ ସମୀକ୍ଷା କରିଥିଲେ। ଅଧିକାରୀମାନେ ବିଭିନ୍ନ ପ୍ରସ୍ତୁତି, କ୍ଷୟକ୍ଷତି ଆକଳନ ଆଦି ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇଥିଲେ। ବାତ୍ୟାଞ୍ଚଳରୁ ୧,୦୦୦ରୁ ଊର୍ଦ୍ଧ୍ୱ ଲୋକଙ୍କୁ ଏନ୍‌ଡିଆର୍‌ଏଫ୍‌ ଟିମ୍‌ ଉଦ୍ଧାର କରିବା ସହ ୨,୫୦୦ ଗଛ ଓ ବିଦ୍ୟୁତ୍‌ ଖୁଣ୍ଟକୁ ରାସ୍ତାରୁ ହଟାଇଛି। ଉଭୟ ରାଜ୍ୟ ବାତ୍ୟା କ୍ଷୟକ୍ଷତି ଆକଳନ ଜାରି ରଖିଛନ୍ତି। ପୂର୍ବରୁ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯିବାରୁ ଅତି କମ୍‌ ଜୀବନ ହାନି ହୋଇଛି। ବାତ୍ୟା ଚ୍ୟାଲେଞ୍ଜକୁ ମୁକାବିଲା କରିବାରେ ଉଭୟ କେନ୍ଦ୍ରୀୟ ଓ ରାଜ୍ୟ ସଂସ୍ଥାଗୁଡ଼ିକର ସକ୍ରିୟ ଭୂମିକା ସମ୍ପର୍କରେ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିବା ସହ କମ୍‌ ସମୟ ମଧ୍ୟରେ ବାତ୍ୟା ପ୍ରଭାବିତ ଅଞ୍ଚଳରେ ଜୀବନଯାତ୍ରା ସ୍ବାଭାବିକ କରାଇବା ଦିଗରେ ପଦକ୍ଷେପ ନେବାକୁ ପରାମର୍ଶ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମହାମାରୀ ରୂପ ନେବ HMPV ଭାଇରସ! ବଡ଼ ଭବିଷ୍ୟବାଣୀ କଲେ…

ନୂଆଦିଲ୍ଲୀ,୭।୧: HMPV ଭାଇରସକୁ ନେଇ ସାରା ବିଶ୍ୱରେ ଆତଙ୍କ ଖେଳିଯାଇଛି। ଏହି ସମୟରେ, ଭାରତରେ ମଧ୍ୟ ୬ଟିି ମାମଲା ଚିହ୍ନଟ ହେବା ପରେ ଲୋକେ ଭୟଭୀତ...

କୋର୍ଟଙ୍କ ବଡ଼ ରାୟ, ଶାଶୁଙ୍କୁ ରକ୍ଷଣାବେକ୍ଷଣ ଭତ୍ତା ଦେବେ ବୋହୂ

ନୂଆଦିଲ୍ଲୀ,୭।୧:ଅନୁକମ୍ପାମୂଳକ ନିଯୁକ୍ତି ପ୍ରସଙ୍ଗରେ ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। କୋର୍ଟ କହିଛନ୍ତି ଯେ ଯେଉଁ ମହିଳା ସ୍ବାମୀଙ୍କ ମୃତ୍ୟୁ ପରେ...

ଚୋରି ପାଇଁ ଘରେ ପଶିଥିଲେ ଚୋର;ମୂଲ୍ୟବାନ ସାମଗ୍ରୀ ନ ମିଳିବାରୁ ମହିଳାଙ୍କୁ…

ମୁମ୍ବାଇ,୭।୧: ମୁମ୍ବାଇର ଉପାନ୍ତ ସହର ମାଲାଡରେ ଏକ ଅଜବ ମାମଲା ସାମ୍ନାକୁ ଆସିଛି। ଚୋରି କରିବାକୁ ଯାଇଥିବା ଚୋର କୌଣସି ମୂଲ୍ୟବାନ ସାମଗ୍ରୀ ନ ପାଇବାରୁ...

ଘୋଷଣା ହେଲା ଦିଲ୍ଲୀ ବିଧାନସଭା ନିର୍ବାଚନ ତାରିଖ, ୫ରେ ମତଦାନ ୮ରେ ଗଣତି

ନୂଆଦିଲ୍ଲୀ,୭।୧: ମଙ୍ଗଳବାର ଏକ ପ୍ରେସ କନଫରେନ୍ସ ମାଧ୍ୟମରେ ନିର୍ବାଚନ ଆୟୋଗଙ୍କ ଦ୍ୱାରା ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରାଯାଇଛି। ଏହି ନିର୍ବାଚନ ପାଇଁ...

ବଢିଲା ସଲମାନଙ୍କ ସୁରକ୍ଷା, ଗାଲାକ୍ସି ବାଲକୋନିରେ ଲାଗିଲା ବୁଲେଟ ପ୍ରୁଫ ଗ୍ଲାସ

ମୁମ୍ବାଇ,୭।୧: ଗତ କିଛି ମାସ ମଧ୍ୟରେ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗରୁ ମିଳୁଥିବା ଧମକକୁ ଦେଖି ସଲମାନ ଖାନଙ୍କ ସୁରକ୍ଷାକୁ ପ୍ରାଥମିକତା ଦିଆଯାଉଛି। ବର୍ତ୍ତମାନ କିଛି ଫଟୋରେ...

ଅସୁ୍‌ସ୍ଥ ହୋଇ ପଡିଲେ ପ୍ରଶାନ୍ତ କିଶୋର, ହସ୍ପିଟାଲରେ ଭର୍ତ୍ତି

ପାଟନା,୭।୧: ପ୍ରଶାନ୍ତ କିଶୋରଙ୍କୁ ନେଇ ଏକ ବଡ ଖବର ସାମ୍ନାକୁ ଆସୁଛି। ମିଳିଥିବା ସୂଚନା ଅନୁଯାୟୀ, ମଙ୍ଗଳବାର ସକାଳେ ଭୋକ ଉପାସରେ ଥିବା ପ୍ରଶାନ୍ତ କିଶୋରଙ୍କ...

ବିଦେଶରେ ଲୁଚି ରହିଥିବା ପଳାତକ ଏବେ ଚିନ୍ତାରେ, ଶାହା ଲଞ୍ଚ କଲେ Bharatpol ପୋର୍ଟାଲ

ନୂଆଦିଲ୍ଲୀ,୭।୧: କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ମଙ୍ଗଳବାର ସିବିଆଇ ଦ୍ୱାରା ପ୍ରସ୍ତୁତ ‘ଭାରତପୋଲ’ ପୋର୍ଟାଲ ଉନ୍ମୋଚନ କରିଛନ୍ତି। ସିବିଆଇ ଦ୍ୱାରା ବିକଶିତ ହୋଇଥିବା ‘ଭାରତପୋଲ’ ପୋର୍ଟାଲ...

ଶହୀଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ମୁଖ୍ୟମନ୍ତ୍ରୀ

ରାୟପୁର,୭।୧: ଛତିିଶଗଡ଼ ବିଜାପୁର ଜିଲାରେ ସୋମବାର ଯବାନମାନଙ୍କୁ ନେଇ ଯାଉଥିବା ଏକ ଗାଡ଼ିକୁ ମାଓବାଦୀମାନେ ଆଇଇଡି ବିସ୍ଫୋରଣରେ ଉଡ଼ାଇ ଦେଇଥିଲେ। ବିସ୍ଫୋରଣରେ ଡିଷ୍ଟ୍ରିକ୍ଟ ରିଜର୍ଭ ଗାର୍ଡ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri