Categories: ଜାତୀୟ

ଦେଶବାସୀଙ୍କୁ ନବବର୍ଷର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧ା୧: ନୂତନ ବର୍ଷ (୨୦୨୪) ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ସମସ୍ତ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ସମସ୍ତଙ୍କ ପାଇଁ ସୁଖ, ସମୃଦ୍ଧି, ଶାନ୍ତି ଏବଂ ଉତ୍ତମ ସ୍ବାସ୍ଥ୍ୟ କାମନା କରିଛନ୍ତି। ସୋସିଆଲ ମିଡିଆ ‘ଏକ୍ସ’ରେ ପ୍ରଧାନମନ୍ତ୍ରୀ ‘ସମସ୍ତଙ୍କୁ ଏକ ଚମତ୍କାର ୨୦୨୪ କାମନା କରୁଛି’ ଏହି ବର୍ଷ ସମସ୍ତଙ୍କ ପାଇଁ ସମୃଦ୍ଧତା, ଶାନ୍ତି ଏବଂ ଉନ୍ନତ ସ୍ବାସ୍ଥ୍ୟ ଆଣୁ ବୋଲି ଲେଖିଛନ୍ତି।

ସେହିପରି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଧ୍ୟ ଦେଶବାସୀଙ୍କୁ ନୂତନ ବର୍ଷର ଶୁଭେଚ୍ଛା ଜଣାଇଛନ୍ତି। ସେ ସୋସିଆଲ ମିଡିଆ ‘ଏକ୍ସ’ରେ ଲେଖିଛନ୍ତି, ‘ସମସ୍ତଙ୍କୁ ନୂଆ ବର୍ଷର ଶୁଭେଚ୍ଛା! ୨୦୨୪ ବର୍ଷ ସମସ୍ତଙ୍କ ପାଇଁ ସୁଖ, ଶାନ୍ତି ଏବଂ ସମୃଦ୍ଧତା ଆଣୁ। ସ୍ଥାୟୀ ବିକାଶରେ ସହଯୋଗ କରିବାକୁ ଏକ ନୂତନ ପ୍ରତିବଦ୍ଧତା ସହିତ ନୂତନ ବର୍ଷକୁ ସ୍ବାଗତ ପାଇଁ ସେ ଆହ୍ବାନ କରିଛନ୍ତି।

Share